ପ୍ରସ୍ତାବିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଦେବଗଡ଼:ଘରେ ନ ପଶୁଣୁ ଚାଳ ବାଜିବା ଆରମ୍ଭ ହେଲାଣି। ଶିଳ୍ପ ବିହୀନ କୃଷି ପ୍ରଧାନ ଦେବଗଡ଼ ଜ଼ିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ଏକ ନ୍ୟୁକ୍ଲିୟର ପ୍ଲାଣ୍ଟ ହେବା ନିମନ୍ତେ ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଫଳରେ ଦେବଗଡ଼ ଜ଼ିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଛେପଲିପାଲି ପଞ୍ଚାୟତରେ ଏଥି ନିମନ୍ତେ ସ୍ଥାନ ନିରୂପଣ କରାଯାଇଥିଲା। ରେଙ୍ଗାଳି ବାସଚ୍ୟୁତ ହୋଇ ବିସ୍ଥାପିତ ହୋଇ ବସବାସ କରୁଥିବା ତିଲେଇବଣି ବ୍ଲକର ଛେପିଲିପାଲି ପଂଚାୟତର ଛେପିଲିପାଲି,ଗାଡପାଳ,ରଙ୍ଗମାଟିଆ ମୌଜାରେ ରହୁଥିବା ଗ୍ରାମବାସୀ ମାନଙ୍କୁ ବିସ୍ଥାପନର ଭୟ ଘାରିଛି। ପୂର୍ବରୁ ରେଙ୍ଗାଳି ନଦୀ ବନ୍ଧ ଯୋଜନା ଯୋଗୁଁ ଭିଟାମାଟି ହରାଇଥିଲେ।ଏବେ ପୁଣି ବିସ୍ଥାପନ ଆଶଙ୍କାରେ ଉକ୍ତ ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ(ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ)କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଏନେଇ ଆଜି ଅଞ୍ଚଳବାସୀ ଦେବଗଡ ଗସ୍ତରେ ଆସିଥିବା ଶିଳ୍ପ ମନ୍ତୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବା ସହ ଉକ୍ତ ପ୍ରକଳ୍ପ ବନ୍ଦ କରିବା ପାଇଁ ଦାବି କରିଥିଲେ । ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକର ଛେପିଲିପାଲି,ରତନପୁର, ଧୋବଲିପଥର, ଧରଣୀଧରପୁର, ଭାଲିଆଗୁଡି, ଗାଡପାଳ, ରଙ୍ଗମାଟିଆ, ଆମ୍ବପାଳ, କୁଶପଙ୍ଗା, ବାଉରିପାଲି, କଣ୍ଟିମାଲ,ବୁଢିବିଲ, ରେଙ୍ଗାଳପାଲି, ଶ୍ରୀନିବାସପୁର ଓ ପୁରୁଣାପାଣି ଗ୍ରାମରେ ଅଧିକାଂଶ ପରିବାର ରେଙ୍ଗାଳି ବିସ୍ଥାପିତ ପରିବାର ବସବାସ କରୁଛନ୍ତି। ରେଙ୍ଗାଳି ନଦୀ ବନ୍ଧ ଯୋଜନାରେ ସେମାନଙ୍କୁ ବିସ୍ଥାପିତ କରାଯାଇଥିଲା। ଅନ୍ୟପଟେ ସେହିସମୟରେ ସେମାନଙ୍କୁ ବିସ୍ଥାପନର ଉଯପୁକ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ପ୍ରଥମେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ତେବେ ବର୍ତ୍ତମାନ ଏନଟିପିସି ଓ ନ୍ୟୁକ୍ଲିୟର ପାୱାର କ‌ର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଉକ୍ତ ଅଂଚଳରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଏକ ପ୍ରତିଷ୍ଠା କରିବ‌ା ପାଇଁ ସର୍ବେକ୍ଷଣ ଚାଲିଛି।ଉକ୍ତ ପ୍ରକଳ୍ପ ହେଲେ ଅଂଚଳବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଯିବା ସହ ପରିବେଶ ପ୍ରଦୁଷିତ ଏବଂ ଜଙ୍ଗଲ ନଷ୍ଟ ‌ହେବାର ଆଶଙ୍କା ପ୍ରକାଶ ପାଇଛି।ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ