ପ୍ରାକ୍‌ ଅନୁମତି ବିନା ଗଣମାଧ୍ୟମକୁ ବୟାନ ମନା

କଲକାତା: ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଆଉ ଏକ କଟକଣା ଲାଗୁ କରାଯାଇଛି। କ୍ଷମତାପ୍ରାପ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଗଣମାଧ୍ୟମକୁ ବୟାନ ଦେଇପାରିବେନି ବୋଲି ଜଣାପଡିଛି। ଏହା ବ୍ୟତୀତ କୌଣସି ସରକାରୀ କର୍ମଚାରୀ ପୂର୍ବ ଅନୁମତି ବିନା ସମ୍ବାଦପତ୍ର, ସାପ୍ତାହିକୀରେ ଲେଖା ପ୍ରକାଶ କରିପାରିବେନି କିମ୍ବା ରେଡିଓ/ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେନି। ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ ଗୁରୁବାର ଏ ସଂକାନ୍ତ ନିର୍ଦେଶନାମା ଜାରି କରିଛନ୍ତି। ଆଇଏଏସ, ଆଇପିଏସ ଭଳି ସର୍ବଭାରତୀୟ ସେବା ଅଧିକାରୀଙ୍କଠୁ ଆରମ୍ଭ କରି ପ୍ରାଦେଶିକ ସିଭିଲ ସର୍ଭିସ, କର୍ପୋରେସନ, କେନ୍ଦ୍ର/ରାଜ୍ୟ ସରକାରଙ୍କ ଅଧୀନସ୍ଥ ସଂସ୍ଥା ଓ ଅନ୍ୟ ସରକାରୀ କର୍ମଚାରୀ ଏହି ନିୟମ ପରିସରଭୁକ୍ତ ହେବେ ବୋଲି କୁହାଯାଇଛି।

  • Related Posts

    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading
    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ