ପ୍ରାକ୍ ନିର୍ବାଚନୀ ହିଂସା, ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ

ଭୁବନେଶ୍ବର: ପ୍ରାକ୍ ନିର୍ବାଚନୀ ହିଂସାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ । ବାଣୀବିହାରରେ ବୋମା ଆତଙ୍କ। ଉତ୍କଳ ବିଶ୍ୱବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସ ନିକଟରେ ବୋମାମାଡ଼ ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣିବାକୁ ମିଳିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ଏହା ବୋମାମାଡ଼ ନା ବାଣ ଫୁଟିବାର ଶବ୍ଦ, ସେନେଇ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ୍ରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ପିସିଆର ଭ୍ୟାନ୍ ସମ୍ବେଦନଶୀଳ ଜାଗାରେ ପଇଁତରା ମାରୁଛି । ଅନ୍ୟପଟେ ଆଜି ସକାଳୁ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଛି।ସୂଚନା ଅନୁଯାୟୀ, ରବିବାର ଛୁଟି ଥିଲା । ହେଲେ କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା ବଢ଼ିଚାଲିଥିଲା । ସବୁ ଛାତ୍ର ସଂଗଠନର ପ୍ରଚାର ଅଭିଯାନ ହଷ୍ଟେଲମୁହାଁ ହୋଇଥିଲେ । ଏବିଭିପି, ଛାତ୍ର ବିଜେଡି, ଏନଏସ୍ୟୁଆଇର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ସବୁ ହଷ୍ଟେଲ ବୁଲୁଥିଲେ । ଛାତ୍ରୀନିବାସ ନଂ ୬ ଓ ୭ରେ ମୁହାଁମୁହିଁ ହୋଇଥିଲେ ଏବିଭିପି ଓ ଏନ୍ଏସ୍ୟୁଇର ପ୍ରାର୍ଥୀ । ଉଭୟ ଦଳର ପ୍ରାର୍ଥୀମାନଙ୍କୁ ହଷ୍ଟେଲ ଭିତରକୁ ପଶିବାକୁ ବାରଣ କରିଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ଏଥିରେ ୨ ଛାତ୍ରଗୋଷ୍ଠୀ ଭିତରେ ବଚସା ଆରମ୍ଭ ହେଲା । ଛାତ୍ରନେତା ଓ ସମର୍ଥକମାନେ ଅପରପକ୍ଷକୁ ଶୋଧିବାରେ ଲାଗିଲେ । ଉତ୍ତେଜନା ବଢ଼ୁଥିବା ଦେଖି ହଷ୍ଟେଲ କର୍ତ୍ତୃପକ୍ଷ ଉଭୟ ଗୋଷ୍ଠୀଙ୍କୁ ବୁଝାଇବାକୁ ଲାଗିଲେ । କହିଥିଲେ, ‘ହଷ୍ଟେଲ ଅନ୍ତେବାସୀମାନଙ୍କୁ ଆମେ ବାହାରକୁ ଡାକି ଦେଉଛୁ । ହଷ୍ଟେଲ ବାହାରେ ସେମାନଙ୍କ ସହ କଥା ହୋଇଯିବ ।’ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବକୁ ଉଭୟ ଗୋଷ୍ଠୀ ଗ୍ରହଣ କଲେ ନାହିଁ ।
ଶାସକ ଦଳ ନିର୍ଦ୍ଦେଶରେ ପ୍ରଚାର ପାଇଁ ସହ ସମ୍ପାଦକ ପ୍ରାର୍ଥୀ ଜ୍ୟୋତିମୟୀ ସାହୁ, ସାଂସ୍କୃତିକ ସମ୍ପାଦକ ପ୍ରାର୍ଥୀ ଅଚ୍ଚିର୍ତା ନାୟକ, ଏସଏସ୍‌ଜି ପ୍ରାର୍ଥୀ ରାଜଲକ୍ଷ୍ମୀ ମହାନ୍ତିଙ୍କୁ ହଷ୍ଟେଲ ଭିତରକୁ ଛଡ଼ାଯାଉନାହିଁ ବୋଲି ଅଭିଯୋଗ କରିଥିଲା ଏନଏସ୍ୟୁଆଇ । ଅବଶ୍ୟ, କିଛି ସମୟ ପରେ ଉତ୍ତେଜନା ଥମିଥିଲା ।ସନ୍ଧ୍ୟାରେ ଏବିଭିପି ଓ ଛାତ୍ର ବିଜେଡି ପୃଥକ ଶୋଭାଯାତ୍ରାରେ ବୁଲି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ । ଆଚାର୍ଯ୍ୟ ହରିହର ଛାତ୍ରାବାସ ସାମ୍ନାରେ ନାରାବାଜିକୁ ନେଇ ଉତ୍ତେଜନା ବଢ଼ିଥିଲା । ୨ ଗୋଷ୍ଠୀର ଛାତ୍ରମାନେ ମୁହାଁମୁହିଁ ହୋଇଥିଲେ । ବେଶ ସମୟ ପାଇଁ ଠେଲାପେଲା ଓ ଧସ୍ତାଧସ୍ତି ଚାଲିଲା । ଖବର ପାଇ ଜୋନ-୫ ଏସିପି ବିଶ୍ୱରଞ୍ଜନ ସେନାପତି ଓ ସହିଦ୍ନଗର ଥାନା ଅଧିକାରୀ ସୁଚିତ୍ର ବି. ଦାସ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଲେ । ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କଲେ । ପ୍ରାୟ ଅଧଘଣ୍ଟା ପରେ ଉତ୍ତେଜନା ଥମିଥିଲା । କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ଲାଗିରହିଛି । ଏସବୁ ଛାତ୍ରଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । କେତେବେଳେ ଯେ କ’ଣ ଅଘଟଣ ଘଟିବ, ଠଉରାଇବା ମୁସ୍କିଲ । ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ବେଦନଶୀଳ ଜାଗାରେ ପୁଲିସ ପଇଁତରା ମାରୁଛି ।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ