
ଦେବଗଡ଼:ବାରକୋଟ ବ୍ଳକର ଜୟପିଛୁଆ ଗ୍ରାମରେ ମା ଚୁଳିଆପାଟ କ୍ଲବ ପକ୍ଷରୁ ଚାଲିଥିବା ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚରେ କେଲଡ଼ା ଏକାଦଶ ଦଳକୁ ଟାଇବ୍ରେକରରେ ୬-୪ ଗୋଲରେ ପରାସ୍ତ କରି ଝରାକଣ୍ଡଳ ଦଳ ଚାମ୍ପିଅନ ହୋଇଥିଲା।ମ୍ୟାଚକୁ ପ୍ରଶାନ୍ତ ସୋନି,ସରୋଜ ଗଡ଼ନାୟକ,ଲକ୍ଷ୍ମଣ ସେଠ ଓ ପପୁଲ ପାଲ ପରିଚାଳନା କରିଥିଲେ। ଫକୀର ମୋହନ ଦଳବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ଲବର ସଭାପତି ଗୌତମ ମୁଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ମୁଖ୍ୟଅତିଥି, କ୍ଷମାନିଧି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।ପ୍ରତିଯୋଗିତା ପରିଚାଳନାରେ ସଂପାଦକ ଗଙ୍ଗାଧର ବେହେରା, ଗୌରା ମୁଣ୍ଡା, ସୋମନାଥ ପ୍ରଧାନ, ପିଣ୍ଟୁ ବିଶ୍ବାଳ, ହିମାଂଶୁ ବେହେରା, ଚୁମନ ବେହେରା, ସିପୁନ ମୁଣ୍ଡା, ଫକୀର ମୁଣ୍ଡାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।




