
ଦେବଗଡ଼ ଜ଼ିଲ୍ଲା ତିଳେଇବଣି ପିଏମଶ୍ରୀ ଅପୂର୍ଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବଜ୍ରପାତ ସମୟରେ ସୁରକ୍ଷା, ସାପ କାମୁଡାର ପ୍ରତିକାର ଓ ଏହାର ଚିକିତ୍ସା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ବର୍ଷା ଋତୁରେ ବଜ୍ରପାତ ସମୟରେ ରକ୍ଷା ପାଇବା ନିମନ୍ତେ ଆବଶ୍ୟକୀୟ ସତର୍କତା ଓ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ କେ. ଅନିଲ କୁମାର ସାପ କାମୁଡାରୁ ରକ୍ଷା ପାଇବା ନିମନ୍ତେ ପ୍ରତିକାର ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଇଥିଲେ। ସେହିପରି ଶିକ୍ଷୟିତ୍ରୀ ସୁନନ୍ଦା ପାତ୍ର ବିଦ୍ୟାଳୟ କୁ ଆସିବା ଓ ଘରକୁ ପହଞ୍ଚିବା ସମୟରେ ଆବଶ୍ୟକୀୟ ସତର୍କତା ସମ୍ପର୍କରେ ବୁଝାଇଥିଲେ।କ୍ରୀଡା ଶିକ୍ଷକ ସୂର୍ଯ୍ୟକାନ୍ତ ମହନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଆଗ୍ନେସିଅମ ଟେଟେ,ମନୋଜ କୁମାର ବେହେରା, ଶିକ୍ଷୟିତ୍ରୀ ପ୍ରୀତିସ୍ମିତା ବାର୍ଲା, ବିନିତା ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ।


