ବଡ଼ସାହି ବିଡିଓ ନିଲମ୍ଵିତ

ମାଣତ୍ର : ଏସଆଇଆର କାମରେ ଅବହେଳା ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଡିଓ ବନଜା ଦାସଙ୍କୁ ନିଲମ୍ବନ। ବଡ଼ସାହିର ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବନଜା ଦାସ ଦାୟିତ୍ଵରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ପାଇଁ ନିଲମ୍ବନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ। ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ଏସଆଇଆର-୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତ ମେ’ ୨୩ ତାରିଖରେ ଆୟୋଜିତ ଭର୍ଚୁଆଲ୍ ଟ୍ରେନିଂରେ ସ୍ମୃତିମୟୀ ବନଜା ଦାସ ଅନୁପସ୍ଥିତ ଥିଲେ। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ, ଯାହା ତାଙ୍କର ସରକାରୀ ନିୟମ ପ୍ରତି ଉଦାସୀନତାକୁ ଦର୍ଶାଉଛି। ଏହାଛଡ଼ା ମେ’ ୨୬ ଓ ୨୭ ତାରିଖରେ ବିଏଲଓ ଏବଂ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ସେ ବିଫଳ ହେବା ସହ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ମନମୁଖୀ ଭାବେ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ। କେବଳ ସେତିକି ନୁହେଁ, ମେ ୨୫ ଓ ୨୬ ତାରିଖରେ ଛୁଟି ଆରମ୍ଭ ଦିନ ହିଁ ସେ କାଜୁଆଲ ଲିଭ୍ (ସଏଲ୍) ପାଇଁ ଆବେଦନ କରିଥିଲେ ଏବଂ ମେ ୨୮ ତାରିଖରେ ବିନା କୌଣସି ପୂର୍ବ ସୂଚନାରେ କାର୍ଯ୍ୟରୁ ଅନୁପସ୍ଥିତ ରହିଥିଲେ। ଯାହା ପ୍ରଶାସନିକ ଶୃଙ୍ଖଳାର ସମ୍ପୂର୍ଣ୍ଣ ବିରୋଧୀ। ତାଙ୍କର ଏଭଳି ବାରମ୍ବାର ଅନୁପସ୍ଥିତି ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବଡ଼ସାହି ବ୍ଲକରେ ଏସଆଇଆର-୨୦୨୬ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଜଣେ ଦାୟିତ୍ୱବାନ ସରକାରୀ ଅଧିକାରୀ ଭାବେ ନିଜ କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ ନକରିବା ଏବଂ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ ର ଉଲ୍ଲଂଘନ କରିଥିବା ଯୋଗୁଁ ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ (ସିସିଏଣ୍ଡଏ) ରୁଲ୍ସ, ୧୯୨ ଅନୁଯାୟୀ ତୁରନ୍ତ ନିଲମ୍ବନ କରିବାକୁ ଏହି ଚିଠିରେ ସ୍ପଷ୍ଟ କରାଯାଇଛି।

  • Related Posts

    ପାଠ୍ୟପୁସ୍ତକରେ ଭୁଲ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀର, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ…

    Continue reading
    ରାଇକିଆ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘର ନୂତନ ପରିଚାଳନା ସମିତି ଗଠନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଦ୍ୱାରା ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ