ବଡ଼ ଖବର: ଭୋଟିଂରେ ଭାଗ ନେବନି ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ତେବେ ନିର୍ବାଚନ ନେଇ ବିଜୁ ଜନତା ଦଳ ବା ବିଜେଡି ନିଜର ଷ୍ଟାଣ୍ଡକୁ କ୍ଲିୟର କରିଛି । ଭୋଟିଂରେ ଭାଗ ନେବନି ବିଜେଡି । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି । ଏନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି ।

ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଯେଉଁଥିରେ ଏନଡିଏ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିରୋଧୀ ମେଣ୍ଟ ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ତେବେ ଗଲା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା, ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଜଣାଇବ? ଆଉ ଶେଷରେ ବିଜେଡି ଏହି ନିର୍ବାଚନରେ ଭାଗ ନେବନି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ବିଜେଡି ଯଦି ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେଉଁଠି ନା କେଉଁଠି ବିଜେଡି-ବିଜେପି ଏକ ବୋଲି କଥା ଉଠିଥାନ୍ତା । ଏହାସହ ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେନ୍ଦ୍ରର ମୋଦୀ ସରକାରର ଟାର୍ଗେଟରେ ରହିଥାନ୍ତା । ହେଲେ ଏ ଦୁଇଟି ଯାକ କଥାକୁ ଛାଡ଼ି ବିଜେଡି ଏବେ ତୃତୀୟ ରାସ୍ତା ବାଛିଛି । ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ନିରବ ରହିବା ସହିତ ଭୋଟ୍ ଦାନ ପ୍ରକ୍ରିୟାରୁ ବିରତ ରହିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ ସୋମବାର ଅନୁଷ୍ଠିତ ହେଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଦିଲ୍ଲୀରେ ପ୍ରତାପ ଷଡଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ ହେଉଛି । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବୈଠକ କରାଯାଉଥିବା ନେଇ ସୂଚନା ମିଳିଛି ।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ