ବଡ ଭେଟି:ପ୍ରତିଷ୍ଠା ହେବ ଭୁବନେଶ୍ବର ନ୍ୟୁ ସିଟି

ଭୁବନେଶ୍ବର : ନୂଆରୂପରେ ଆସିବ ଭୁବନେଶ୍ବର । ସହର ଭିତରେ ପ୍ରତିଷ୍ଠା ହେବ ଭୁବନେଶ୍ବର ନ୍ୟୁ ସିଟି । ତା ଭିତରେ ରହିବ IT, ଟେକ୍ସ ଟାଇଲ ଭଳି ପାର୍କ । ସ୍ବାୟତ୍ତ ଶାସନ ଦିବସ ଅବସରରେ ଏପରି ବଡ ଘୋଷଣା କରି ରାଜଧାନୀବାସୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଆହୁରି କହିଛନ୍ତି କେମିତି ଭୁବନେଶ୍ବରକୁ ଭଲ କରିବା ସେ ସଂପର୍କରେ ଚିନ୍ତା କରିବା । ବର୍ଷା ହେଲେ ସଡ଼କ ଧୋଇଯାଉଛି, ଡ୍ରେନ ଭାଙ୍ଗିଲେ ପାଣି ଜମା ହୋଇ ରହୁଛି ଏବେବି କିଛି ଜାଗାରେ ଏଭଳି ସମସ୍ୟା ସହ ଜୁଝି ହେଉଛନ୍ତି ଲୋକେ । ଏସବୁ ସମସ୍ୟାର ସମାଧାନ ପାଇଁ ଲୋକେ ବିଧାୟକ, ସାଂସଦଙ୍କ ପାଖକୁ ଯାଉଛନ୍ତି । ଆମ ଲୋକ କାହିଁକି ସ୍ବାୟତ୍ତ ଶାସନ ବ୍ୟବସ୍ଥା ଉପରେ ଭରସା କରୁନାହାନ୍ତି । ମେୟର, କର୍ପୋରେଟରମାନେ ଏସବୁ ଛୋଟ ଛୋଟ ସମସ୍ୟାର ସମାଧାନ କରିବା ଦରକାର । ଅନେକ ଜାଗାରେ ସମସ୍ୟାର ସମାଧାନ ହେଉଛି କିନ୍ତୁ କିଛି ଜାଗାରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଏଭଳି ଅନେକ ସମସ୍ୟା ଆସୁଛି ।ଏସବୁ ଯଦି ମୁଖ୍ୟମନ୍ତ୍ରୀ ସମାଧାନ କରିବେ ତେବେ ମେୟର ଓ କର୍ପୋରେଟର କାହିଁକି ଅଛନ୍ତି । ମାଲକାନଗିରିରେ ଡ୍ରେନ ଭାଙ୍ଗିଛି, ବିଜୁଳି କଟିଯାଇଛି ଲୋକେ ଆସୁଛନ୍ତି ଭୁବନେଶ୍ବର ଅଭିଯୋଗ କରିବାକୁ । ସେଠି କଣ ଜିଲ୍ଲାପାଳ ନାହାନ୍ତି ଲୋକଙ୍କ ସମସ୍ୟା ବୁଝିବାକୁ । ଏସବୁ ସମାଧାନ ଲୋକାଲ ସ୍ତରରେ ହେବା ଦରକାର ବୋଲି ସ୍ପିଚରେ କହିଥିଲେ ମୁଖ୍ୟମନ୍ତ୍ରୀ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ