ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର !

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଜାରି ରହିଲେ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସଂଜୟ ମାଲହୋତ୍ରା ଏଭଳି ସଂକେତ ଦେଇଛନ୍ତି ।
ଇରାନ୍‌-ଆମେରିକା ବିବାଦ ଜାରି ରହିଥିବାରୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଅଶୋଧିତ ତୈଳ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିବାରୁ ବିଶ୍ୱର ବହୁ ଦେଶରେ ତୈଳ ସଂକଟ ସ୍ଥିତି ସୃଷ୍ଟିହୋଇଛି । ଭାରତରେ ୬୦ ଦିନ ପାଇଁ ପର୍ଯ୍ୟାପ୍ତ ତୈଳ ମହଜୁଦ୍‌ ରହିଛି । କିନ୍ତୁ ଦୀର୍ଘଦିନ ଧରି ଇରାନ୍‌-ଆମେରିକା ବିବାଦ ଜାରି ରହିଲେ ଭାରତ ବି ବହୁମାତ୍ରାରେ ପ୍ରଭାବିତ ହେବ । ସମ୍ପ୍ରତି ତୈଳ କମ୍ପାନୀଗୁଡ଼ିକ ବହୁ କ୍ଷତି ସହୁଛନ୍ତି ବୋଲି ପୂର୍ବରୁ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ କହି ସାରିଛନ୍ତି । ସମ୍ପ୍ରତି ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଲିଟର ପିଛା ୧୪ ଟଙ୍କା, ଡିଜେଲ ପିଛା ୪୨ ଟଙ୍କା ଓ ଏଲପିଜି ପିଛା ୬୭୪ ଟଙ୍କା କ୍ଷତି ସହୁଛନ୍ତି । ପ୍ରତିଦିନ ତୈଳ କମ୍ପାନୀଗୁଡ଼ିକର କ୍ଷତି ହଜାର କୋଟି ଟପିଗଲାଣି । ଗତ ତିନି ମାସରେ କମ୍ପାନୀଗୁଡ଼ିକ ଲକ୍ଷ ଲକ୍ଷ କୋଟିର କ୍ଷତି ସହିଛନ୍ତି । ଅଶୋଧିତ ତୈଳ ଦର କମୁନଥିବାରୁ ସେମାନଙ୍କର କ୍ଷତି ବଢ଼ିବଢ଼ି ଚାଲିଛି । ସାମଗ୍ରୀକ ଭାବେ ଘଟଣାକୁ ଅନୁଧ୍ୟାନ କଲେ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ