ବଢ଼ିବ ୨ଶହ ଏମ୍‌ବିବିଏସ୍‌ ସିଟ୍‌!

ଭୁବନେଶ୍ବର: ରାଜ୍ୟରେ ମେଡିକାଲ କଲେଜରେ ସିଟ୍‌ ସଂଖ୍ୟା ବଢ଼ିବ। ଆସନ୍ତା ଶିକ୍ଷାବର୍ଷରୁ ୨ଶହ ଏମ୍‌ବିବିଏସ୍‌ ସିଟ୍‌ ବଢ଼ାଇବା ଲାଗି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଜାତୀୟ ମେଡିକାଲ କମିସନଙ୍କ ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବେଦନ କରାଯାଇଥିବା ସୂଚନା ମିଳିଛି। ଏଥିରେ ଭିମ୍‌ସାର, ବୁର୍ଲା, ଯାଜପୁର ମେଡିକାଲ କଲେଜ ପାଇଁ ୫୦ ଲେଖାଏ, କୋରାପୁଟ, ବାଲେଶ୍ବର ଓ ବାରିପଦା ମେଡିକାଲ କଲେଜ ପାଇଁ ୨୫ଟି ଲେଖାଏଁ ସିଟ୍‌ ବଢ଼ାଇବା ଲାଗି ନିଷ୍ପତ୍ତି ହୋଇଛି। ଏହାବାଦ୍‌ ରାଜ୍ୟରେ ଥିବା ଘରୋଇ ମେଡିକାଲ କଲେଜର ମଧ୍ୟ ସିଟ୍‌ ସଂଖ୍ୟା ବଢ଼ିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଏମ୍‌ସକୁ ମିଶାଇ ସମୁଦାୟ ୧୯୨୫ଟି ଏମ୍‌ବିବିଏସ୍‌ ସିଟ୍‌ ରହିଛି। ୩ଟି ଘରୋଇ ମେଡିକାଲ କଲେଜରେ ମଧ୍ୟ ୩ଶହରୁ ଅଧିକ ସିଟ୍‌ ରହିଛି।
ରାଜ୍ୟର ସମସ୍ତ ଜିଲ୍ଲା ଓ ମେଡିକାଲ କଲେଜରେ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ପିଜିକୁ ସୁଦୃଢ଼ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨ବର୍ଷ ଭିତରେ ୫ଶହ ପିଜି ଆସନ ବୃଦ୍ଧି କରିବା ପାଇଁ ଯୋଜନା ରହିଛି। ଏହାସହ ରାଜ୍ୟର ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ ସେଠାରେ ପର୍ୟ୍ୟାୟକ୍ରମେ ମେଡିକାଲ କଲେଜ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ମେଡିକାଲ କଲେଜ ଖୋଲିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ସୁପାରିସ ଅନୁଯାୟୀ ନୂତନ କଲେଜ ଖୋଲିବା ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ