ବଦଗୁଣକୁ ବଦଳାନ୍ତୁ ବୟଫ୍ରେଣ୍ଡ, ନ ହେଲେ ମୁହଁ ମୋଡିଦେବ ଗର୍ଲଫ୍ରେଣ୍ଡ

ପ୍ରେମରେ ପଡ଼ିଲେ ଝିଅ ଓ ପୁଅ ଭୋକଶୋଷ ଭୁଲିଯାଆନ୍ତି । ପ୍ରେମକୁ ନେଇ ସେମାନେ ଖୁବ୍ ଭାବପ୍ରବଣତା ହୋଇ ପଡ଼ନ୍ତି। ଠିକ୍‌ଭୂଲ୍‌ କିଛି ଦେଖା ଯାଏନି। କିନ୍ତୁ ଯେତେବେଳେ ସଂପର୍କ ବଢ଼ିଥାଏ, ଉଭୟଙ୍କର ଦୁର୍ବଳତା ସାମ୍ନାକୁ ଆସିଥାଏ। ବିଶେଷ କରି ପୁଅଙ୍କର କିଛି ଖରାପ ଅଭ୍ୟାସ ଥାଏ, ଯାହା ଝିଅକୁ ପସନ୍ଦ ଆସି ନ ଥାଏ। ଫଳରେ ପ୍ରେମିକା ନଜରରେ ଘୃଣାର ପାତ୍ର ହୋଇଥାଏ ପ୍ରେମିକ। ଆସନ୍ତୁ ଜାଣିବା ପୁଅଙ୍କର କ’ଣ ଖରାପ ଅଭ୍ୟାସ ଝିଅଙ୍କୁ ଭଲ ଲାଗି ନଥାଏ।

ଛଳନା କରିବା

ପୁଅମାନେ ଝିଅଙ୍କୁ ଛଳନା କରିବାର ଅଭ୍ୟାସ ଥାଏ। କିଛି ପୁଅ ନିଜର ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅକୁ ଚାହିଁବା ସହ ତାଙ୍କ ସହ କଥାବାର୍ତ୍ତା କରନ୍ତି। ଏହି ଅଭ୍ୟାସ ଗର୍ଲଫ୍ରେଣ୍ଡକୁ ପସନ୍ଦ ଆସି ନ ଥାଏ। ଫଳରେ ଗର୍ଲଫ୍ରେଣ୍ଡ ନିଜ ପ୍ରେମିକ ଠାରୁ ଦୂରେଇ ଯାଇଥାଏ।

ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅଙ୍କୁ ପ୍ରଂଶସା କରିବା

ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅକୁ ପ୍ରଂଶସା କରନ୍ତୁ ନାହିଁ। କୌଣସି ଝିଅ ନିଜ ସାମ୍ନାରେ ଅନ୍ୟ ଝିଅର ପ୍ରଂଶସା ଶୁଣିପାରେ ନାହିଁ। ଫଳରେ ଆପଣଙ୍କ ପ୍ରତି ତା’ମନରେ ଘୃଣାଭାବ ସୃଷ୍ଟି ହୋଇପାରେ।

ବାରମ୍ବାର ଗୋଟିଏ କଥାକୁ ପଚାରିବା

ଝିଅଙ୍କୁ ବାରମ୍ବାର ଗୋଟିଏ କଥାକୁ ପଚାରିବା ପୁଅଙ୍କର ଅଭ୍ୟାସ । କିନ୍ତୁ ଝିଅମାନେ ଏହି କଥାକୁ ଏତେ ଗୁରୁତ୍ୱ ଦେଇ ନ ଥାନ୍ତି। ଯଦି ଏହି ଅଭ୍ୟାସ ନ ଛାଡନ୍ତି, ଝିଅମାନେ ଆପଣଙ୍କ ଉପରେ ଚିଡ଼ି ଯିବାର ସମ୍ଭାବନା ଥାଏ।

ମେସେଜ୍‌ର ଜବାବ ନ ଦେବା

ଯଦି ଆପଙ୍କୁ କୌଣସି ମେସେଜ୍‌ ଓ କଲ୍‌ ଆସୁଛି, କିନ୍ତୁ ଆପଣ ତା’ର ଜବାବ ଡେରିରେ ଦେଉଛନ୍ତି। ତାହା ହେଲେ ଏହା ଠିକ୍‌ ନୁହେଁ । ଏହା କରିବା ଦ୍ୱାରା କୌଣସି ଝିଅ ପସନ୍ଦ କରିବେ ନାହିଁ।

ଗର୍ଲଫ୍ରେଣ୍ଡକୁ ସମୟ ନ ଦେବା

ଯଦି ଆପଣଙ୍କ ବନ୍ଧୁଙ୍କୁ ଅଧିକ ସମୟ ଦେଉଛନ୍ତି, କିନ୍ତୁ ଗର୍ଲଫ୍ରେଣ୍ଡ ପାଇଁ ସମୟ ନାହିଁ। ଆପଣଙ୍କର ଏହି ଅଭ୍ୟାସ ଗର୍ଲଫ୍ରେଣ୍ଡ ହୃଦୟରେ ଆପଣଙ୍କ ପାଇଁ ଘୃଣାଭାବ ସୃଷ୍ଟି କରିଥାଏ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ