ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ଗୁରୁତର ପ୍ରଭାବ ପକାଇଛି। ସେନ୍ସେକ୍ସ ୨୦୦୦ ପଏଣ୍ଟ ଏବଂ ନିଫ୍ଟି ୪୫୩ ପଏଣ୍ଟ ହ୍ରାସ ପାଇଛି। ନିବେଶକାରୀ ଗୋଟିଏ ଦିନରେ ୧୨ ଲକ୍ଷ କୋଟି ଟଙ୍କା ହରାଇଥିବା କୁହାଯାଇଛି। ଇରାନ ପକ୍ଷରୁ କାତାରସ୍ଥିତ ବିଶ୍ବର ବୃହତ୍ତମ ଗ୍ୟାସ୍ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବା ପରେ ଆନ୍ତର୍ଜାତିକ ମାର୍କେଟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି। ଭାରତର ବିଭିନ୍ନ କମ୍ପାନୀର ଅଂଶଧନ ମୂଲ୍ୟ ହ୍ରାସ ପାଇଥିବାରୁ ନିବେଶକାରୀ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି।
ବ୍ରଶ୍ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ
ବ୍ରଶ୍ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…






