ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ବିବେକ ଆଧାରରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଥିବା ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ୧୯୮୬ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ଅଦାଲତ ଏହି ଅବସରରେ ମନେ ପକାଇ ଦେଇଛନ୍ତି।
ଜାତୀୟ ଗାନ ବମ୍ବେ ମାତରମ୍‌ର ସମସ୍ତ ୬ଟି ପଦକୁ ଗାନ କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର ନିକଟରେ ଆଣିଥିବା ଆଇନକୁ କର୍ନାଟକୀ ସଙ୍ଗୀତ ଗାୟକ ଟି.ଏମ୍‌. କ୍ରିଷ୍ଣା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗାନର ଶେଷ ୪ଟି ପଦ ଦେଶର ଧର୍ମନିରପେକ୍ଷତା ଚରିତ୍ରକୁ କ୍ଷୁଣ୍ଣ କରୁଥିବା ସେ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନ୍‌ର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସଂଶୋଧନ ଆଇନ ପରିଚାଳନା ପାଇଁ ବିଜୟ ଏମାନୁଏଲ୍‌ ବନାମ କେରଳ ସରକାର ମାମଲାରେ ୧୯୮୬ରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଣୀତ ସିଦ୍ଧାନ୍ତକୁ ଅନୁସରଣ କରାଯିବା ଆଶା କରାଯାଏ ବୋଲି ଖଣ୍ଡପୀଠ କହିଛନ୍ତି। ଜାତୀୟ ଗାନ କ’ଣ ହେବ ଏବଂ ସେଥିରେ ୨ କିମ୍ବା ୪ ପଦ ରହିବ, ସେ ନିଷ୍ପତ୍ତି ନେବା ଗଣତାନ୍ତ୍ରିକ ରାଷ୍ଟ୍ରର ଅଧିକାର। ତେବେ ଯେଉଁମାନେ ଧର୍ମୀୟ ସ୍ବାଧୀନତା ମୌଳିକ ଅଧିକାର କିମ୍ବା ନିଜର ବିବେକଗତ ବିରୋଧ ଅନୁଭବ କରନ୍ତି, ସେମାନଙ୍କୁ କୌଣସି ପ୍ରକାର ଫୌଜଦାରି ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜୟମାଲ୍ୟ ବାଗ୍‌ଚୀ କହିଛନ୍ତି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ