ବନ୍ୟା ପରିସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବଢିବା ସମ୍ଭାବନା ରହିଛି । ଏବେ ହୀରାକୁଦର ୧୦ଟି ଗେଟ୍‍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ୨୦ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଆଜି ସକାଳୁ ୪ଟି ଗେଟ୍‍ ଦେଇ ବନ୍ଦ କରାଯାଇଥିବା ବେଳେ ମଧ୍ୟାହ୍ନରେ ଆଉ ୬ଟି ଗେଟ୍‍ ବନ୍ଦ କରାଯାଇଛି ।

ଅନ୍ୟପଟେ ଫୁଲୁଛି ମହାନଦୀ । ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେଉଥିବା ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି । ଆଜି ସକାଳ ୭ଟା ମୁଣ୍ଡଳୀ ଦେଇ ୫ଲକ୍ଷ ୯୨ହଜାର ୨୫୫କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଧୀରେ ଧୀରେ ଜଳସ୍ତର ବଢୁଛି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ