ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ ଜେଲ ଫେରନ୍ତା ଶିକାରୀ

କପ୍ତିପଦା : ଟେଷ୍ଟର ଭୁସି ଆକ୍ରମଣ କଲେ ଜେଲ ଫେରନ୍ତା ଶିକାରୀ । ଜେଲରୁ ଫେରି ଧମକ ଦେଇଥିଲେ । ଆଉ ସୁଯୋଗ ପାଇ ଘରେ ପଶିଲେ । ଆକ୍ରମଣ ସହିତ ଝିଅକୁ ଦୁର୍ବ୍ୟବହାର ସହିତ ସବୁଜବାହିନୀ ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ । ଗୁରୁତର ଅବସ୍ଥାରେ ଭରତଙ୍କୁ ଚିକିତ୍ସା ପାଇଁ ବାରିପଦା ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଭଳି କିଛି କାଣ୍ଡ ଭିଆଇଛନ୍ତି ଜେଲରୁ ଫେରନ୍ତା ୩ ଶିକାରୀ । ଘଟଣା ଘଟିଛି କପ୍ତିପଦା ଥାନା ପୋଡାଡିହା ଡାହୀସାହି ଗ୍ରାମରେ । ଗ୍ରାମର ଭରତ ଶତ୍ରୁ ସାଲ ପୋଡାଡିହା ବନାଞ୍ଚଳରେ ସବୁଜ ବାହିନୀ ଭାବେ କାର୍ୟ୍ୟ କରୁଥିଲେ । ୭ ମାସ ପୂର୍ବରୁ ଶିମିଳିପାଳରେ ଶିକାର କରୁଥିବା ସେହି ଗ୍ରାମର ୪ ରୁ ଅଧିକ ଶିକାରୀଙ୍କୁ ଗିରଫ କରାଯାଇଥିଲା । ଯେଉଁ ଚଢ଼ଉରେ ଭରତ ଶତ୍ରୁ ସାଲ ସାମିଲ ଥିଲେ । ଗିରଫ ମାନଙ୍କ ମଧ୍ୟରେ ଦୁଇ ଜଣ ସେହି ଗାଁର ଥିବା ବେଳେ ମାସେ ପୂର୍ବରୁ ସେମାନେ ଜାମିନରେ ବାହାରିଛନ୍ତି । ଜାମିନରେ ବାହାରିବା ପରେ ଦୁଇ ଜଣ ଶିକାରୀ ସବୁଜ ବାହିନୀ କର୍ମଚାରୀଙ୍କୁ ମାରିବାକୁ ଧମକ ଦେଇ ଏହି କାଣ୍ଡ ଘଟାଇଛନ୍ତି ।

  • Related Posts

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    ମାଲକାନଗିରି : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗ୍ରାମରେ ପାରିବାରିକ କଳହରୁ ହତ୍ୟା ହୋଇଛି। ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାଲକାନଗିରି ଆଦର୍ଶ…

    Continue reading
    ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ

    ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ