ବର୍ଷାରେ ବେହାଲ ବାଲେଶ୍ୱର

ବାଲେଶ୍ୱର: ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା । ଆଉ ଏହି ଲଗାତାର ବର୍ଷାରେ ବେହାଲ ହୋଇପଡ଼ିଛି ବାଲେଶ୍ୱର ସହର । ୧୬୭ ମିଲିମିଟର ବର୍ଷା ଯୋଗୁଁ ସହରର ଅନେକ ରାସ୍ତା ଜଳମଗ୍ନ ହୋଇଥିବା ବେଳେ, ଅନେକ ଲୋକଙ୍କ ଘରେ ମଧ୍ୟ ପଶିଛି ବର୍ଷା ପାଣି । ସହରର ବିଭିନ୍ନ ଅଞ୍ଚଳରେ ଏବେ ଦେଖିବାକୁ ମିଳୁଛି ଜଳବନ୍ଦୀର ଚିତ୍ର । ରାସ୍ତା ଉପରେ ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ତ ଆହୁରି ବଢ଼ିଯାଇଛି। ଘର ଭିତରେ ପାଣି ପଶିବା ପରେ ଅନେକ ଲୋକ ନିଜ ଘର ଛାଡ଼ି ହୋଟେଲରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପ୍ରତିବର୍ଷ ବର୍ଷା ଆସିଲେ ବାଲେଶ୍ୱର ସହରରେ ଏଭଳି ଜଳବନ୍ଦୀ ସମସ୍ୟା ଦେଖାଦେଉଛି । ବର୍ଷା ହେଲେ ରାସ୍ତା ଉପରେ ପାଣି, ଘରେ ପାଣି—ଏହା ଯେମିତି ସହରବାସୀଙ୍କ ପାଇଁ ଏକ ନିୟମିତ ସମସ୍ୟା ପାଲଟିଛି ।

ଫଳରେ ଲୋକଙ୍କୁ ବାରମ୍ବାର ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି । ଜଳବନ୍ଦୀ ଯୋଗୁଁ କେବଳ ଯାତାୟାତ ନୁହେଁ, ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି । ଦୀର୍ଘ ସମୟ ଧରି ଅପରିଷ୍କାର ପାଣି ଜମି ରହିବାରୁ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି । ଏହା ସହ ବାରମ୍ବାର ବନ୍ୟା ଓ ଜଳବନ୍ଦୀ ଯୋଗୁଁ ଲୋକଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ବର୍ଷା ଆସିଲେ ଜଳ ନିଷ୍କାସନକୁ ନେଇ ଆଲୋଚନା ହୁଏ । ଅସ୍ଥାୟୀ ଭାବେ ପାଣି ନିଷ୍କାସନ କରାଯାଏ, ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ତେଣୁ ଏବେ ସହରବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ—କେବେ ହେବ ବାଲେଶ୍ୱରର ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା? ଲଗାଣ ବର୍ଷାରେ ବାଲେଶ୍ୱରର ସ୍ଥିତି ଗମ୍ଭୀର ହୋଇଥିବା ବେଳେ, ସ୍ଥାୟୀ ଡ୍ରେନେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଏବେ ପ୍ରଶାସନର ଠୋସ୍ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ସହରବାସୀ ।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ