ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୭ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ । ଜୋରଦାର ଧମାକାରେ ପୁରା ଅଞ୍ଚଳ ଥରି ଉଠିଥିଲା। ବିସ୍ପୋରଣରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ନେଇ ଆଶଙ୍କା କରାଯାଉଛି। ସେଭଳି ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି। ଘଟଣାଟି ଗୁଡବା ଥାନା ଅନ୍ତର୍ଗତ ବେହଟା ଅଞ୍ଚଳରେ ଘଟିଛି।

ଭୟଙ୍କର ଶବ୍ଦ ଶୁଣି ଆଖପାଖର ଲୋକମାନେ ଘରୁ ବାହାର ଚାଲି ଆସିଥିଲେ। ସ୍ଥାନୀୟ ଲୋକେ ବାଣଫ୍ୟାକ୍ଟ୍ରିରେ ଫଶିଥିବା ଶ୍ରମିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ଅନ୍ୟପକ୍ଷେ ପୋଲିସ ଓ ଆମ୍ବୁଲାନ୍ସକୁ ମଧ୍ୟ ସୂଚନା ଦିଆଯାଇଥିଲା। ସୂଚନା ପାଇ ପୋଲିସ,ଆମ୍ବୁଲାନ୍ସ ଓ ଏସ୍‌ଡିଆରଏଫ୍‌ର ଟିମ୍ ଘଟଣାସ୍ଥଳେର ପହଁଞ୍ଚିଥିଲେ। ଟିମ୍ ଆହତଙ୍କୁ ହସ୍ପିଟାଲ ପଠାିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଦୁଘର୍ଟଣା କଥା ନେଇ ଆଲେଚନା କରିଛନ୍ତି। ସେ ମୃତକଙ୍କ ଶୋକ ସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ଏହା ସହ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ୟ୍ୟ ଦ୍ରୁତ ଗତିରେ କରିବାର ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହତଙ୍କୁ ଉପଚାର ପାଇଁ ନିର୍ଦେଶ ଦେଇଛନ୍ତି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ