ବାତ୍ୟା ନେଇ ଆମେ କୌଣସି ଚେତାବନୀ ଜାରି କରିନାହୁଁ:ଆଇଏମ୍‌ଡି ଡିଜି

ଭୁବନେଶ୍ବର: ଅକ୍ଟୋବର ଆସିଲେ ଓଡ଼ିଶାବାସୀଙ୍କୁ ବାତ୍ୟା ଚିନ୍ତା ଘାରିଥାଏ। ଆସନ୍ତା ସପ୍ତାହରେ ବ‌ଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ଗତି କରିବାକୁ ଥିବା ବେଳେ ଏହି ସମ‌ୟରେ ପବନର ବେଗ ଘଣ୍ଟା ପିଛା ୩୦ରୁ ୫୫କିମି ଯାଏଁ ବହିପାରେ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରି ନାହିଁ। ଓଡ଼ିଶା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଇଏମ୍‌ଡି ଡିଜି କହିଛନ୍ତି, ବାତ୍ୟା ନେଇ ଆମେ କୌଣସି ଚେତାବନୀ ଜାରି କରିନାହୁଁ। ଲଘୁଚାପ ସୃଷ୍ଟି ହେଲା ପରେ ପରବର୍ତ୍ତୀ ସୂଚନା ଜାରି କରାଯିବ। ବର୍ତ୍ତମାନ ପାଇଁ ତାମିଲନାଡୁ, ପଡୁଚେରୀ ଓ ଆନ୍ଧ୍ରପ୍ରଦେଶ ପାଇଁ ଚେତାବନୀ ଜାରି କରାଯାଇଛି। ଓଡ଼ିଶା ପାଇଁ ସେମିତ ପାଣିପାଗ ସତର୍କତାମୂଳକ ସୂଚନା ଜାରି କରାଯାଇ ନାହିଁ। ଜିଏଫ୍‌ଏକ୍ସ ମଡେଲ ଦେଖନ୍ତୁ ନାହିଁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଉଛି ତାକୁ ହିଁ ଦେଖନ୍ତୁ। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୩ ତରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବାକୁ ଥିବା ଏହି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବ। ତାପରେ ଏହା ତାମିଲନାଡୁ, ପୁଡୁଚେରୀ ଏବଂ ନିକଟସ୍ଥ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ଆଗେଇବ।
ଏହାର ପ୍ରଭାବରେ ୨୧ ତାରିଖ ପାଖରୁ ଦକ୍ଷିଣ ବଙ୍ଗୋପସାଗରେ ଘଣ୍ଟା ପିଛା ପବନର ଗତି ୩୦ରୁ ୪୦ କିମି ପବନ ବହିପାରେ। ୨୨ରେ ଏହା କ୍ରମଶଃ ବଢ଼ି ଘଣ୍ଟାପିଛା ୪୦ରୁ ୫୦ ଓ ୨୩ରେ ୪୫ରୁ ୫୫କିମି ପବନ ବହିବାର ଆଶା କରାଯାଉଛି। ଏହାକୁ ଦେଖି ଆମେ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ସୂଚନା ଜାରି କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଦକ୍ଷିଣ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଅଛନ୍ତି, ସେମାନେ ଉପକୂଳକୁ ‌ଅକ୍ଟୋବର ୨୧ ତାରିଖ ସୁଦ୍ଧା ଫେରି ଆସନ୍ତୁ। ଏହା ସହିତ ମତ୍ସ୍ୟଜୀବୀମାନେ ୨୧ ତାରିଖ ପାଖରୁ ଦକ୍ଷିଣ ବଙ୍ଗୋପସାଗର ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରକୁ ପ୍ରବେଶ କରିବା ଉଚିତ ନୁହେଁ। କାରଣ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଯାହା ଦ୍ବାରା ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ଭିତରକୁ ପ୍ରବେଶ କରିବା ଉପକୂଳ ହେବ ନାହିଁ।

  • Related Posts

    ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

    ଭୁବନେଶ୍ୱର: ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର ଚଏସ୍‌ ଲକିଙ୍ଗ୍‌ କରିଥିବାବେଳେ ପ୍ରଥମ ମେଧାତାଲିକାରେ ୨୮୨୫ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି।…

    Continue reading
    ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ମାର୍ଗଦର୍ଶିକା ଜାରି

    ଭୁବନେଶ୍ୱର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ