ବାପା ଓ ସାନ ଭାଇଙ୍କୁ ହାଣିଦେଲେ ଯୁବକ

ମୟୂରଭଞ୍ଜ: ସମ୍ପର୍କରେ ଲାଗିଲା ରକ୍ତ ଛିଟା। ସାମାନ୍ୟ ମୋବାଇଲ୍ ଫୋନ୍‌କୁ ନେଇ ତେଲେଙ୍ଗା କଟୁରୀରେ ବାପା ଓ ସାନ ଭାଇଙ୍କୁ ହାଣିଦେଇଛନ୍ତି ଜଣେ ଯୁବକ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳିରେ।
ଏହି ଗ୍ରାମର ସଦାନନ୍ଦ ବାରିକଙ୍କ ସାନ ପୁଅ ସୁଶାନ୍ତ ବାରିକ ରାସ୍ତାରୁ ଏକ ମୋବାଇଲ ଫୋନ୍ ପାଇଥିଲେ। ଗତକାଲି ସନ୍ଧ୍ୟାରେ ଏହି ମୋବାଇଲ୍‌ ଫୋନ୍‌କୁ ତା’ର ମାଲିକ ଆସି ନେଇ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ ଅଚାନକ ସଦାନନ୍ଦଙ୍କ ବଡ଼ ପୁଅ ହେମନ୍ତ ବାରିକ ଘରେ ପହଞ୍ଚି ମୋବାଇଲ୍ ଫୋନ୍ କ’ଣ ପାଇଁ ଫେରାଇ ଦେଲ ବୋଲି ପଚାରିଥିଲେ।

ଏନେଇ ପାଟିତୁଣ୍ଡ କରିବା ସହିତ ଏକ ତେଲେଙ୍ଗା କଟୁରୀରେ ସେ ପ୍ରଥମେ ତାଙ୍କ ବାପା ସଦାନନ୍ଦଙ୍କୁ ଆକ୍ରମଣ କରିଥିଲେ। ସଦାନନ୍ଦଙ୍କ ଗୋଡ଼ରେ ସେ ଚୋଟ୍ ବସାଇଥିଲେ। ଏହା ପରେ ସାନ ଭାଇ ସୁଶାନ୍ତଙ୍କ ମୁଣ୍ଡରେ ପକାଇଥିଲେ ଚୋଟ। ଉଭୟ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି।
ସଦାନନ୍ଦ ବାରିକ କହିଛନ୍ତି ଯେ ମୋବାଇଲ ଫୋନ୍ ଫେରାଇ ଦେବା ପ୍ରସଙ୍ଗ ସହିତ ଜମି ବିବାଦକୁ ନେଇ ବଡ଼ ପୁଅ ସେମାନଙ୍କୁ ଆକ୍ରମଣ କରିଛି। ଜମି ନେଇ ପୂର୍ବରୁ ସେମାନଙ୍କର ବିବାଦ ରହିଥିବା ସେ କହିଛନ୍ତି।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ