ବାଲେଶ୍ବରରୁ ଟିଏମ୍‌ସି ପୂର୍ବତନ ବିଧାୟକ ଗିରଫ

କଲକାତା/ସିମୁଳିଆ : ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ପୁଲିସ ବାଲେଶ୍ବର ଜିଲା ସିମୁଳିଆ ଥାନା ଅଞ୍ଚଳରୁ ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରିଛି। ପୁଲିସ ତାଙ୍କୁ ଗିରଫ କରି ସାଥୀରେ କଲାକାତା ନେଇଯାଇଛି। ଶ୍ରୀ ଘୋଷ ୧୧ ତାରିଖ ମଙ୍ଗଳବାରଠାରୁ ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଜାମ୍ମୁଝାଡ଼ିଠାରେ ଥିବା ଓଡ଼ିଶୀ ହୋଟେଲରେ ରହୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ଶ୍ରୀ ଘୋଷଙ୍କୁ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ଟାସ୍କଫୋର୍ସ ସିମୁଳିଆ ପୁଲିସ ସହାୟତାରେ ଗିରଫ କରିଥିଲା। ସେଠାରେ ତାଙ୍କୁ ପଚରାଉଚରା କରିବା ପରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରି ପଶ୍ଚିମବଙ୍ଗ ନେଇଯାଇଥିଲେ।
ବଳାତ୍କାର ପୀଡ଼ିତାଙ୍କ ମୃତଦେହକୁ ତରବରିଆ ଭାବେ ସଂସ୍କାର କରିଦିଆଯିବା ଘଟଣାକୁ ନେଇ ନିର୍ମଳଙ୍କୁ ଗିରଫ କରାଯାଇଛି। ନିର୍ମଳଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା, ଫୌଜଦାରୀ ଷଡ଼ଯନ୍ତ୍ର ଓ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଇଚ୍ଛା ବିରୋଧରେ କାମ କରିବା ପାଇଁ ବାଧ୍ୟ କରିବା ଭଳି ଅଭିଯୋଗ ରହିଛି। ବଳାତ୍କାର ପୀଡିତାଙ୍କ ପିତା ଏ ସମ୍ପର୍କରେ ସୋମବାର ଉତ୍ତର ୨୪ ପ୍ରଗଣା ଜିଲାର ଖରଦା ଥାନାରେ ମାମଲା ରୁଜୁ କରିଥିଲେ। ପୀଡ଼ିତାଙ୍କ ପିତା ଅଭିଯୋଗ କରିଛନ୍ତି ଯେ ବଳାତ୍କାର ଓ ହତ୍ୟାର ଶିକାର ତାଙ୍କ ଝିଅର ମୃତଦେହକୁ ଶୀଘ୍ର ସଂସ୍କାର କରିବାକୁ ନିର୍ମଳଙ୍କ ସମେତ ତିନିଜଣ ତାଙ୍କୁ ବାଧ୍ୟ କରିଥିଲେ। ମାମଲା ରୁଜୁ ପରେ ଏହାର ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବାରାକପୁର ପୁଲିସ କମିସନରଙ୍କୁ ନିର୍ଦେଶ ଦେଇଥିଲେ। ଏହାସହ ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ପୁନଃ ତଦନ୍ତ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ପୂର୍ବରୁ ନିର୍ଦେଶ ଦେଇସାରିଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜର ପିଜି ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି।

  • Related Posts

    ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

    କଟକ: ଗତ ତିନିଦିନ ଧରି କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ…

    Continue reading
    ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନାର ଶୁଭାରମ୍ଭ

    ଭୁବନେଶ୍ୱର: ସ୍ଥାନୀୟ ପ୍ରାଣିଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ଵାରା ବିଶ୍ଵ ଅଣ୍ଡା ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଣ୍ଡା ଉତ୍ପାଦନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ