ବିଏମସି ଅଂଚଳରେ ଲାଗିଲା ପ୍ରାୟ 1 ଲକ୍ଷ ବୃକ୍ଷ

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଜାରି ରହିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଜାରି ରହିଛି । ଚଳିତ ବର୍ଷ ବିଏମ୍ ସି ଅଂଚଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ଲକ୍ଷ ବୃକ୍ଷ ରୋପଣ ହୋଇସାରିଥିବା ବେଳେ ଆହୁରି ବୃକ୍ଷ ରୋପଣ କରିବା ପାଇଁ ଯୋଜନା ରହିଛି । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ହେଲା ମିଆଓ୍ୱାକି ପଦ୍ଧତିରେ ବୃକ୍ଷ ରୋପଣ । ଉତ୍ତର ମଣ୍ଡଳ ଅଧିନସ୍ଥ ପଳାଶୁଣିଠାରେ ଥିବା ମେଗା ଏମ୍ଆରଏଫ ପରିସରରେ ମିଆଓ୍ୱାକି ପଦ୍ଧତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଡି ମେୟର ଶ୍ରୀମତୀ ମଂଜୁଲତା କହଁର, ଫରେଷ୍ଟର ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ 4 ହଜାର ବୃକ୍ଷ ରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି କଳିଙ୍ଗ ନଗର ନିକଟ ଆଇସିଏଆର-2 ନିକଟରେ ବୃକ୍ଷ ରୋପଣ କରାଯାଇଛି । ଦକ୍ଷିଣ-ପଶ୍ଚିମ ଜୋନ ଅନ୍ତର୍ଗତ 24 ନମ୍ବର ଓ୍ୱାର୍ଡରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଓ ଡେପୁଟି ମେୟରଙ୍କ ସହ ସ୍ଥାନୀୟ କର୍ପୋରେଟର ଶ୍ରୀ ଦୀପକ କୁମାର ମିଶ୍ର, ଆଇସିଓଆର ନିର୍ଦେଶକ ଡଃ ମୂର୍ଦଳା ଦେବୀ, ନଗର ବନ୍ଧୁ ଅରୁଣ ମହାନ୍ତି, ଚନ୍ଦକା ଡିଭିଜନର ଡେପୁଟି ରେଞ୍ଜର ଧ୍ୟାନଚାନ୍ଦ ଟୁଡୁ, ଫରେଷ୍ଟର ସତ୍ୟ ପଟ୍ଟନାୟକଙ୍କ ସମେତ ବହୁ ବନ ବିଭାଗ କର୍ମଚାରୀ ଓ ଟିମ୍ ବିଏମ୍ ସିଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା । ସଂପ୍ରତି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ପ୍ରାୟ 1 ଲକ୍ଷ ବୃକ୍ଷ ରୋପଣ କରାଯାଇଛି । ମିଆଁଓ୍ୱାକି ପଦ୍ଧତିରେ ବିଭିନ୍ନ ସ୍ଥାନରେ 70 ହଜାର ବୃକ୍ଷ ରୋପଣ କରାଯାଇଥିବା ବେଳେ ଆଭେନ୍ୟୁ ପ୍ରଣାଳୀରେ 27 ହଜାରରୁ ଅଧିକ ବୃକ୍ଷ ରୋପଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡେପୁଟି କମିଶନର ଶ୍ରୀମତୀ କାଜଲ ପ୍ରଧାନ ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ