ଭୁବନେଶ୍ୱର : ‘ରାଜ୍ୟ ରାଜନୀତି ବଦଳୁଛି । ଆଗାମୀ ଦିନରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବ । ଶାସକ ହୁଅନ୍ତୁ କି ବିରୋଧୀ, ସବୁଠି ଦ୍ୱନ୍ଦ୍ୱ ଓ ସଂଶୟ ଲାଗିରହିଛି । ତିନି ପ୍ରମୁଖ ଦଳରେ ଏବେ ଗୋଷ୍ଠୀକନ୍ଦଳ ଜୋର ଧରିଥିବାବେଳେ ଲୋକେ ବିକଳ୍ପ ଖୋଜିବା ଆରମ୍ଭ କଲେଣି । ଭଙ୍ଗାଗଢ଼ା ରାଜନୀତି ଭିତରେ ବିକାଶ ବି ବାଟହୁଡୁଛି ।’
ଗର୍ବିତ ଓଡ଼ିଆ ଏବଂ ଓଡ଼ିଶା ଜର୍ଣ୍ଣାଲିଷ୍ଟ ରିସର୍ଚ୍ଚ ସେଣ୍ଟର (ଓଜେଆରସି) ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ରାଜ୍ୟର ବହୁ ବରିଷ୍ଠ ନେତାମାନେ ଯୋଗଦେଇ ଏହା କହିଛନ୍ତି । ଆଜିର ଆଲୋଚନା ଚକ୍ର ଚାରି ପର୍ୟ୍ୟାୟରେ ହୋଇଥିଲା । ପ୍ରଥମ ଅଧିବେଶନରେ ରାଜ୍ୟର ବରିଷ୍ଠ ନେତା ସର୍ବଶ୍ରୀ ବିଜୟ ମହାପାତ୍ର, ପ୍ରଫୁଲ୍ଳ ଘଡେ଼ଇ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଆଲୋଚନାରେ ଭାଗ ନେଇଥିବାବେଳେ ମଞ୍ଚ ସଞ୍ଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ।
ଦ୍ୱିତୀୟ ଅଧିବେଶନରେ ବରିଷ୍ଠ ବିଜେଡ଼ି ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ ସଂଯୋଜନା କରିଥିଲେ । ତୃତୀୟ ଅଧିବେଶନରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ବିଜେଡ଼ି ଯୁବ ସଭାପତି ଚିନ୍ମୟ ସାହୁ, ଯୁବଛାତ୍ର କ୍ରାନ୍ତିସେନାର ଆବାହକ ପାର୍ଥସାରଥି ମୁଦୁଲି ଅଂଶଗ୍ରହଣ କରିଥିବାବେଳେ ଯୁବ ସାମ୍ବାଦିକ ଅପୂର୍ବ ରଞ୍ଜନ ପଣ୍ଡା ସଂଯୋଜନା କରିଥିଲେ । ଚତୁର୍ଥ ଅଧିବେଶନରେ ବିଜେଡ଼ି ଛାତ୍ର ସଭାପତି ଇପ୍ସିତା ସାହୁ, ଏବିଭିପି ସଭାନେତ୍ରୀ ଦୀପ୍ତିମୟୀ ପ୍ରତିହାରୀ, ଏଆଇଏସଏଫ ନେତା ମନୋରଞ୍ଜନ ରାଉତ, ଯୁବ କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ରାମଚଣ୍ଡୀ ପ୍ରସାଦ ରଣସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ଗର୍ବିତ ଓଡ଼ିଆର ସମ୍ପାଦକ ବଳରାମ ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ସ୍ମୃତିରଞ୍ଜନ ବେହେରା ଓ ଶରତ ପଥାଳଙ୍କୁ ସମ୍ବଦ୍ଧ୍ୱିର୍ତ କରାଯାଇଥିଲା । କାର୍ୟ୍ୟକ୍ରମ ପରିଚାଳନାରେ ବରିଷ୍ଠ ସାମ୍ବାଦିକ ତଥା ଗର୍ବିତ ଓଡ଼ିଆର ବ୍ୟୁରୋ ମୁଖ୍ୟ ଭବାନୀ ପ୍ରସାଦ ଦାସ, ସାମ୍ବାଦିକ ଚିଦାନନ୍ଦ ଜେନା, ରାକେଶ ରାଉତ ସହଯୋଗ କରିଥିଲେ ।
ଭୁବନେଶ୍ୱରରେ ହିମନ୍ତ ବିଶ୍ୱଶର୍ମା
ଭୁବନେଶ୍ୱର: ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ନିର୍ବାଚନ ଫଳାଫଳ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ହିମନ୍ତ ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ବାହାରିଛନ୍ତି। ସେଠାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ…




