ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

ଭୁବନେଶ୍ବର : ବିଜେଡ଼ି ଆଣିବ ଅନାସ୍ଥା ! ଇଙ୍ଗିତ ଦେଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ଏ ନେଇ ଶଙ୍ଖ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରତାପ ଜେନା, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଅରୁଣ ସାହୁ । ସେ କହିଛନ୍ତି, ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି । କାରଣ ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାର ବ୍ୟାକ୍‌ ଫୁଟ୍‌ରେ । ବିଧାନସଭା ଅଧିବେଶନ ଡାକନ୍ତୁ । ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ବିଷୟରେ ଆଲୋଚନା କରିବାକୁ ବିଜେଡି ପ୍ରସ୍ତୁତ ବୋଲି ଅରୁଣ ସାହୁ କହିଛନ୍ତି । ମାତ୍ର ବିଜେଡି ଅନାସ୍ଥା ଆଣିବ କି କଂଗ୍ରେସକୁ ଏନେଇ ସମର୍ଥନ ଦେବ କିଛି ସ୍ପଷ୍ଟ କଲେଣି ।

ଗତ କିଛି ଦିନ ହେବ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ ଆମେ ତାକୁ ସମର୍ଥନ କରିବୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ । ରାଜ୍ୟରେ ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ରଣହୁଙ୍କାର ଦେଇଥିଲେ ପିସିସି ସଭାପତି । ଭକ୍ତ କହିଥିଲେ, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାକୁ ସମର୍ଥନ କରିବୁ । ବିଜେଡି ମୁଖ୍ୟ ବିରୋଧୀ ଦଳ । ତାଙ୍କ ପାଖରେ ସଂଖ୍ୟା ରହିଛି । ବିଜେଡି ଯଦି ପ୍ରକୃତରେ ନାରୀକୁ ନ୍ୟାୟ ଦେବା ପାଇଁ ଆନ୍ତରିକତାର ସହ ଲଢ଼ୁଛି ଏବଂ ଏ ସରକାରକୁ ହଟାଇବାକୁ ଚାହୁଁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଅନାସ୍ଥା ଆଣୁ ଦଳ । ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି କହିଥିଲେ ଭକ୍ତ ଦାସ ।

  • Garvita Odia

    Related Posts

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ତାଙ୍କ ମତରେ, ରାଜ୍ୟର ପରିସ୍ଥିତି ମଣିପୁରଠାରୁ ମଧ୍ୟ ଅଧିକ ସାଂଘାତିକ…

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    କଟକ: କଟକ ଓଏମପିରୁ କନ୍ଦରପୁର ହେବ ଏଲିଭେଟେଡ କରିଡର । ରବିବାର କଟକ ସାଂସଦ ଭର୍ତ୍ତୃହରି ମହତାବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ହୋଇଛି । ଏନେଇ…

    Leave a Reply

    Your email address will not be published. Required fields are marked *

    You Missed

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ଘୋଷଣା କଲେ  ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ  ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଓଡ଼ିଶାରେ  ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଆଜିଠୁ କମିବ ବର୍ଷା

    ଆଜିଠୁ କମିବ ବର୍ଷା

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି