ରାଜନଗର:ଦଳ ବିରୋଧୀ କାର୍ୟ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ବାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ କୁରୁଣ୍ଟି ପଞ୍ଚାୟତର ଏହି ଦୁଇ ନେତା ଦଳ ବିରୋଧୀ କାର୍ୟ୍ୟରେ ଲିପ୍ତ ରହିବା ସହ ଦଳୀୟ କର୍ମୀଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। କୁରୁଣ୍ଟି ପଞ୍ଚାୟତର ବିଜେଡି ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ ଓ ଦଳର ଆଗଧାଡିର ନେତାମାନେ ଏ ନେଇ ଲିଖିତ ଭାବେ ବ୍ଲକ ବିଜେଡି ସଭାପତିଙ୍କୁ ଜଣାଇଥିଲେ।
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼
ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…







