ବିଜେଡି ୱାକଫ୍ ବିଲ୍ ନେଇ ଜାତୀୟସ୍ତରରେ ଲଜ୍ଜିତ ହୋଇଛି: ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିର ୫ ଜଣ ରାଜ୍ୟସଭା ସାଂସଦ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେବା ସ୍ପଷ୍ଟ ହେବା ପରେ ଅସନ୍ତୋଷ ଝାଡ଼ିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି, ବିଜେଡି ୱାକଫ୍ ବିଲ୍ ନେଇ ଜାତୀୟସ୍ତରରେ ଲଜ୍ଜିତ ହୋଇଛି । ଆପ୍ ଓ ଟିଏମସି ଭଳି ଲେଫ୍ଟ ପ୍ରଣ୍ଟ ଦଳ ଆଗରେ ଆମେ ଲଜ୍ଜିତ ହେଲୁ । କାରଣ ସେମାନଙ୍କ ଭଳି ଆମ ସାଂସଦମାନେ ବୈଠକରେ ବସି ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମେ ବି ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବୁ ବୋଲି କହିଥିଲୁ କିନ୍ତୁ ପରେ ସପକ୍ଷରେ ଭୋଟ୍ ଦେଇଛନ୍ତି ଆମର ୫ ଜଣ ରାଜ୍ୟସଭା ସଦସ୍ୟ ।
ଖାଲି ଏତିକି ନୁହେଁ ସସ୍ମିତଙ୍କ ଉପରେ ସବୁ ଦୋଷ ଲଦିଦେଇଛନ୍ତି ଦେବାଶିଷ । ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବାକୁ ମିଟିଂ ପରେ ସସ୍ମିତ ପାତ୍ର ଟ୍ବିଟ୍ କରି ବିବେକ କଥା କହିବାରୁ ଦ୍ଵନ୍ଦ ବଢିଲା । ତେଣୁ ମୁଁ ସମ୍ପୂର୍ଣ୍ଣ ଭୋଟିଂ ବେଳେ ଅନୁପସ୍ଥିତ ରହିଥିଲି । ଆଉ ଏଭଳି କାହିଁକି ହେଲା? ମତ ବଦଳାଇବାକୁ ଉପରୁ କିଏ ନିର୍ଦ୍ଦେଶ ଦେଲା? ଏସବୁକୁ ନେଇ ମୋ ମନ ଭିତରେ ଯାହାବି ଅସନ୍ତୋଷ ଥିଲା ସେନେଇ ମୁଁ ମୋ ଦଳର ନେତାଙ୍କୁ ପୂର୍ବରୁ ଜଣାଇଛି ବୋଲି କହିଛନ୍ତି ଦେବାଶିଷ ।

  • Related Posts

    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading
    ଚାମେଲି ଓଝାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ ଜାରି

    ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟିଂ ଅନୁଷ୍ଠିତ ହେଉଛି l ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଅନାସ୍ଥା ଭୋଟିଂ କରିବା ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ