ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣାକୁ ନେଇ ସେ ଚିନ୍ତା ବ୍ୟକ୍ତ କରିବା ସହ ବିଜେପିର ପୂର୍ବ ପ୍ରତିଶ୍ରୁତି ଓ ସ୍ଲୋଗାନକୁ ମନେ ପକାଇ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥାଇ ଆନ୍ଧ୍ରପ୍ରଦେଶ କିପରି କୋଟିଆରେ ନିର୍ବାଚନ ଘୋଷଣା ନିମନ୍ତେ ସାହାସ କଲା ତଥା ବିଜେପିର ସେହି ଦମ୍ଭୋକ୍ତି କୁଆଡ଼େ ଗଲା ବୋଲି ନବୀନ ସିଧାସଳଖ ପ୍ରଶ୍ନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଲେଖିଥିବା ଦୁଇ ପୃଷ୍ଠାର ଚିଠିରେ ନବୀନ ଲେଖିଛନ୍ତି ଯେ, କୋଟିଆ ଓଡ଼ିଶାର ଏକ ଅଭିନ୍ନ ଅଙ୍ଗ ଓ ସେଠାରେ ଆନ୍ଧ୍ରର ନିର୍ବାଚନ ଘୋଷଣା ଅତ୍ୟନ୍ତ ଚିନ୍ତାଜନକ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟର ସୀମା ଓ ଭୌଗୋଳିକ ଅଖଣ୍ଡତା ରକ୍ଷା ପାଇଁ ଲଗାତାର ଲଢ଼େଇ ଜାରି ରହିଥିଲା। ଅତୀତରେ ବିଜେପି ନେତାମାନେ ବାରମ୍ବାର କୋଟିଆ ଓଡ଼ିଶାର ବୋଲି ଦାବି କରିବା ସହ ‘ଗୋ ବ୍ୟାକ୍ ଆନ୍ଧ୍ର’ ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏପରିକି ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପି ତାର ସଂକଳ୍ପ ପତ୍ରରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ କୋଟିଆ ବିବାଦର ସ୍ଥାୟୀ ସମାଧାନ କରିବା ସହିତ ଓଡ଼ିଆ ସ୍ୱାଭିମାନ ଓ ସୀମା ସୁରକ୍ଷା ଫେରାଇ ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏବେ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ର କିପରି ସାହସ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହାସହିତ କେନ୍ଦ୍ରର ରାଜନୈତିକ ସମୀକରଣ ଉପରେ ସିଧାସଳଖ ଆଙ୍ଗୁଳି ଉଠାଇ ନବୀନ ଅଭିଯୋଗ କରିଛନ୍ତି ଯେ, ଆନ୍ଧ୍ର ପ୍ରଦେଶରେ ସରକାରରେ ଥିବା ତେଲୁଗୁ ଦେଶମ ପାର୍ଟି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ସଂଖ୍ୟାଗରିଷ୍ଠତା ବଜାୟ ରଖିବା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଏହି ରାଜନୈତିକ ନିର୍ଭରଶୀଳତା କାରଣରୁ ହିଁ ଓଡ଼ିଶାର ବିଜେପି ସରକାର ମୁହଁ ବନ୍ଦ କରି ବସିଛନ୍ତି କି ଓ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାର ସ୍ୱାର୍ଥ ଓ ଭୌଗୋଳିକ ଅଖଣ୍ଡତା ସହ ବୁଝାମଣା କରାଯାଉଛି କି ବୋଲି ନବୀନ ସନ୍ଦେହ ବ୍ୟକ୍ତ କରିଛନ୍ତି।

ଏହାଛଡ଼ା ୨୦୨୫ ମସିହାରେ କୋଟିଆ ପ୍ରସଙ୍ଗ ପାଇଁ ଗଠନ କରାଯାଇଥିବା ୧୬ ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶ କ’ଣ ଥିଲା ଓ ତାହା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ତାର ହିସାବ ଓଡ଼ିଶାବାସୀଙ୍କୁ ଦେବାକୁ ନବୀନ ଦାବି କରିଛନ୍ତି। ବିଜେପିର ‘ଗୋ ବ୍ୟାକ୍ ଆନ୍ଧ୍ର’ ସ୍ଲୋଗାନ କଣ କେବଳ ଭୋଟ ହାତେଇବା ପାଇଁ ଏକ ରାଜନୈତିକ ଚାଲ୍ ଥିଲା କି ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାର କେନ୍ଦ୍ର ଚାପ ଆଗରେ ମୁଣ୍ଡ ନନୁଆଁଇ କୋଟିଆ ଉପରେ ଓଡ଼ିଶାର ସାର୍ବଭୌମତ୍ୱ, ସାମ୍ବିଧାନିକ ଅଧିକାର ତଥା ଭୌଗୋଳିକ ସୀମା ରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ ତାଙ୍କ ଚିଠିରେ ଦାବି କରିଛନ୍ତି।

  • Related Posts

    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading
    ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି ଯୁବସମାଜ

    ଭୁବନେଶ୍ବର,: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ କଡା ଜବାବ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଶାରେ ଛାତ୍ର ସଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି