ବିଜେପି ମୁହାଁ ରାଘବ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା ବିଜେପି ରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ବଢ଼ିବାରେ ଲାଗିଛି। ଏମିତିରେ ଆପ୍‌ ନେତା ସୌରଭ ଭରଦ୍ୱାଜଙ୍କ ଏକ ଟୁଇଟ୍‌ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆପ ନେତା ସୌରଭ ଭରଦ୍ୱାଜ ଏକ୍ସ (ପୂର୍ବରୁ ଟୁଇଟର)ରେ ପୋଷ୍ଟ କରି ରାଘବଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,ରାଘବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସେହି ସବୁ ପୋଷ୍ଟକୁ ଡିଲିଟ କରିଦେଇଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ବିଜେପିର ସମାଲୋଚନା କରିଥିଲେ। ସର୍ଚ୍ଚ କରିବା ପରେ ଜଣାପଡିଛି ଯେ, ତାଙ୍କ ଟାଇମଲାଇନରେ ’ମୋଦି’ ଶବ୍ଦ ଥିବା ମାତ୍ର ଦୁଇଟି ପୋଷ୍ଟ ରହିଛି ଏବଂ ସେହି ଦୁଇଟି ଯାକ ପ୍ରଶଂସାମୂଳକ। ସୌରଭଙ୍କ କହିବା ଅନୁଯାୟୀ, ରାଘବ ନିଜର ପୁରୁଣା ’ସମାଲୋଚକ’ ଭାବମୂର୍ତ୍ତିକୁ ପୋଛି ଏକ ନୂଆ ‘ୱାଶିଂ ମେସିନ’ ଭାବମୂର୍ତ୍ତି ତିଆରି କରିବାକୁ ଚେଷ୍ଟା କରୁଛନ୍ତି।
ରାଘବ ଚଢ଼ା ଏବଂ ଆପ ମଧ୍ୟରେ ବିବାଦ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ତାଙ୍କୁ ରାଜ୍ୟ ସଭାରେ ପାର୍ଟିର ’ଉପନେତା’ ପଦରୁ ହଟାଇ ଦିଆଗଲା। ଦଳର ଅଭିଯୋଗ ଯେ, ରାଘବ ସଂସଦରେ ପାର୍ଟିର ମୁଦ୍ଦା ଠିକ ଭାବରେ ଉଠାଉ ନାହାନ୍ତି। କେବଳ ଦିଲ୍ଲୀ ନୁହେଁ, ପଞ୍ଜାବର ଆପ ନେତାମାନେ ମଧ୍ୟ ରାଘବଙ୍କ ଉପରେ ବର୍ଷିଛନ୍ତି। ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଏବଂ ଅମନ ଆରୋରା ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ପଞ୍ଜାବର ବିଧାୟକମାନେ ରାଘବଙ୍କୁ ରାଜ୍ୟ ସଭାକୁ ପଠାଇଥିଲେ ଯେପରି ସେ ସେଠାରେ ପଞ୍ଜାବର ସୱର ହେବେ। କିନ୍ତୁ ସେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚୁପ୍‌ ରହି ପାର୍ଟିର ନୀତି ଆଦର୍ଶ ବିରୋଧରେ କାମ କରୁଛନ୍ତି।
ରାଘବ ଚଢ୍ଢାଙ୍କ ପକ୍ଷରୁ ଏପର୍ୟ୍ୟନ୍ତ ଏହି ଅଭିଯୋଗ ଉପରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଯଦିଓ ସେ ବିଜେପିକୁ ଯିବେ କି ନାହିଁ ତାହା ଏବେ ବି ରହସ୍ୟ ଘେରରେ, କିନ୍ତୁ ଆପ ନେତାଙ୍କ ଟାର୍ଗେଟରୁ ଏହା ସ୍ପଷ୍ଟ ଯେ ଦଳ ଭିତରେ ସବୁକିଛି ଠିକ ଚାଲିନାହିଁ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ