ଭୁବନେଶ୍ବର: କମେଣ୍ଟ୍ ମରାରୁ ରଣକ୍ଷେତ୍ର ପାଲଟିଛି ବିଜେବି କଲେଜ ପରିସର। ପୁଣି ଛାତ୍ର ଅଶାନ୍ତି ହିଂସାତ୍ମକ ରୂପ ନେଇଛି। ଆଜି ପ୍ରିନ୍ସିପାଲ୍ଙ୍କ ପ୍ରକୋଷ୍ଠରେ କମେଣ୍ଟ ମରାକୁ ନେଇ ଆଲୋଚନା ଚାଲିଥିବା ବେଳେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଦୁଇ ଛାତ୍ରଙ୍କ ସମେତ କିଛି ଅଧ୍ୟାପକ ମଧ୍ୟ ଆହତ ହୋଇଛନ୍ତି। ଦୁଇ ଆହତ ଛାତ୍ର ଯୋଗେଶ ଜେନା ଓ ସମିମ ଅଖତାରଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଣେ ଛାତ୍ରୀଙ୍କୁ କମେଣ୍ଟକୁ ନେଇ ପୂର୍ବରୁ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗିଥିଲା। ଏହାକୁ ନେଇ ଛାତ୍ରମାନେ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନରେ ଏନେଇ ପ୍ରିନ୍ସିପାଲ ଛାତ୍ରମାନଙ୍କୁ ଡାକି ଆଲୋଚନା କରୁଥିଲେ। ଆଲୋଚନା ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ପରେ ବାହାରୁ କିଛି ଛାତ୍ର ପ୍ରିନ୍ସିପାଲଙ୍କ ରୁମ ଭିତରକୁ ଧସେଇ ପଶି ମାରପିଟ ଆରମ୍ଭ କରିଥିଲେ। ଆକ୍ରମଣରେ ମାରଣାସ୍ତ୍ର ମଧ୍ୟ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ ଛାତ୍ରଗୋଷ୍ଠୀଙ୍କୁ ଅଟକାଇବାକୁ ଯାଇ କିଛି ଅଧ୍ୟାପକ ଓ କଲେଜ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି। ଗଣ୍ଡଗୋଳ ପରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖା ଦେଇଛି। ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଆଡୁ ଓ ଛାତ୍ରମାନଙ୍କ ପକ୍ଷରୁ ଦୁଇଟି ମାମଲା ବଡ଼ଗଡ଼ ଥାନାରେ ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ୟାମ୍ପସ୍ରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
କାଳବୈଶାଖୀ ତାଣ୍ଡବରେ ଚିରିଲା ପତିତପାବନ ବାନା
ପୁରୀ: କାଳବୈଶାଖୀରେ ପ୍ରବଳ ପବନ ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଚିରି ଯାଇଛି। ତେବେ ଶ୍ରୀମନ୍ଦିର ନୀତି କାନ୍ତି ଅନୁଯାୟୀ ଅପରାହ୍ନରେ ଚୁନରା ସେବକମାନେ ପ୍ରତିଦିନ ନୀଳଚକ୍ରରେ ପତିତପାବନ ବାନା ଲାଗି କରିଥାନ୍ତି। ସନ୍ଧ୍ୟା ଧୂପ ପୂର୍ବରୁ…
