ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବା ଆବଶ୍ୟକ : ଡ଼ିଜିପି କ୍ରାଇମ୍ ବ୍ରାଂଚ

ଭୁବନେଶ୍ୱର, ୩୦/୦୪ : ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର
କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ \”ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଙ୍ଗ ଟେକନୋଲୋଜିସ୍‌- ସିକ୍ୟୁରିଙ୍ଗ ଟୁମୋରୋଜ ଇଂଟେଲିଜେଂଟ ସିଷ୍ଟମ\’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ ନୂତନ ଜ୍ଞାନକୌଶଳ ବିକଶିତ କରିବା ସମୟରେ ସୁରକ୍ଷା ଦିଗକୁ ଯେଭଳି ସୁଦୃଢ଼ କରାଯିବ ସେଥି ନିମନ୍ତେ ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକତା ରହିଛି । ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଯେତେବେଳେ କୌଣସି ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୁଏ ସେତେବେଳେ ମୂଳ ପ୍ରଶ୍ନ ଥାଏ ଏହାକୁ ବିକାଶ କରିଥିବା ସଂସ୍ଥା ଏହାର ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ଉପରେ ଅନୁଶୀଳନ କରିଛନ୍ତି ନା ନାହିଁ । ସେ କହିଥିଲେ ଯେ ସାଇବର ଅପରାଧ ମାଧ୍ୟମରେ ଗୋଟିଏ ବର୍ଷ ମଧ୍ୟରେ ୨୨ ହଜାର କୋଟି ଟଙ୍କା ଲୁଟ୍ ହୋଇଯାଇଛି । ଶ୍ରୀ ମିଶ୍ର କହିଥିଲେ ଯେ ଯେଉଁ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କମ୍ପାନୀଗୁଡିକ ନୂତନ ଜ୍ଞାନକୌଶଳର ଆରମ୍ଭ କରୁଛନ୍ତି ସେମାନେ ତାଙ୍କ ଲାଭାଂଶରୁ କିଛି ଅଂଶ ଅପରାଧ ନିୟନ୍ତ୍ରଣ ଏବଂ ବୈଷୟିକ ସମସ୍ୟାଗୁଡିକୁ ସମାଧାନ କରିବା ଦିଗରେ ଖର୍ଚ୍ଚ କରିବା ଆବଶ୍ୟକ ବୋଲି କହିଥିଲେ । ସୋଆ ପକ୍ଷରୁ ସାଇବର ଅପରାଧ ନେଇ ଆୟୋଜିତ ହୋଇଥିବା ଏହି ସମ୍ମିଳନୀକୁ ନେଇ ଖୁସି ବ୍ୟକ୍ତ କରିବା ସହ ଗବେଷକମାନେ ଏଭଳି ସମସ୍ୟାର ସମାଧାନର ବାଟ ଖୋଜିବାକୁ ଅନୁରୋଧ କରିଥିଲେ । ବୁଦ୍ଧି, ଦକ୍ଷତା ଓ କିଛି ନୂଆ କରିବାର ଇଚ୍ଛା ରଖିବା ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଜ୍ଞାନକୌଶଳ ସଶକ୍ତ କରାଏ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ । ତେବେ ସୁରକ୍ଷିତ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡାଟା ସିକ୍ୟୁରିଟି କାଉନସିଲ୍ ଅଫ ଇଣ୍ଡିଆର ସିଇଓ ଶ୍ରୀ ବିନାୟକ ଗଡସେ, ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟାରୀଏଟ୍‌, ପିଏମଓର ପୂର୍ବତନ ଅଧିକାରୀ ଲେଫ୍ଟନାଂଟ ଜେନେରାଲ୍ ଏମ.ୟୁ. ନାୟାର, ଇଂଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ଜେନେଭା ପକ୍ଷରୁ ଶ୍ରୀ କିଶୋର ନାରଙ୍ଗ, ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆର ବରିଷ୍ଠ ଉପଦେଷ୍ଟା ଶ୍ରୀ ବିକ୍ରମ ତିୱାଥିଆ ଓ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଶ୍ରୀ ଏନ.କେ. ଗୋୟଲ ମଧ୍ୟ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ପ୍ରାଇସ୍ ୱାଟରହାରସ୍ କୁପର୍ସ (ପିଡବ୍ଲୁସ) ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଦେବବ୍ରତ ନାୟକ ଯୋଗଦେଇ ନିଜ ବଇବ୍ୟରେ ସାଇବର ସୁରକ୍ଷାକୁ କିଭଳି ଅଧ‌ିକ ଗୁରୁତ୍ବ ଦିଆଯାଇପାରିବ ସେ ଦିଗରେ ସବୁ ବର୍ଗ ପକ୍ଷରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ସାଗତ ଅଭିଭାଷଣରେ ଅଭିଭାଷଣରେ କହିଥିଲେ 60 ଡ଼ିଜିଟାଲ୍ ଭିତିଭୂମି ପରିବ୍ୟାପ୍ତ ହେଉଥିବା ବେଳେ ଆର୍ଟିଫିସିଆଲ୍ ଇ ଇଂଟେଲିଜେନ୍ସର ଉଦ୍ଭାବନ ଏବଂ ଏହାର ପ୍ରଭାବ ମଧ୍ୟ ଚିନ୍ତା ଉଦ୍ରେକ କରିଛି ବୋଲି କୁ ବିଦ୍ୟାଳୟ ପକ୍ଷରୁ ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ କୁଳପତି କହିଥିଲେ।
ଏହି ପରିପ୍ରେକ୍ଷୀରେ ସୋଆ ଏବଂ ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ ଇଣ୍ଡିଆ ମଧ୍ୟରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ମଂଚରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। କାର୍ଯ୍ୟକ୍ରମରେ ଲେଫ୍ଟନାଂଟ ଜେନେରାଲ୍ ନାୟାର କହିଥିଲେ ଯେ ଭାରତ ହେଉଛି ବିଶ୍ଵର ବୃହତ ଡି଼ଜିଟାଲ ଭିତିଭୂମି ଥିବା ଦେଶ। ଗତ ମାର୍ଚ୍ଚ ମାସରେ ୟୁପିଆଇରେ ୨୨ ହଜାର ୬୪୦ ମିଲିୟନ ଟଙ୍କାର ଆଦାନପ୍ରଦାନ ହୋଇଥିବା ବେଳେ ଏହାର ମୂଲ୍ୟ ହେଉଛି ୨୯୫୨ ଲକ୍ଷ କୋଟି ଟଙ୍କା । ସରକାର ନୂତନ ନିୟମ ଆଣିପାରିବେ କିନ୍ତୁ ନୂଆ ଜ୍ଞାନକୌଶଳ ମଧ୍ୟ ନୂଆ ସମସ୍ୟା ସୃଷ୍ଟି କରିପାରେ । ଶିକ୍ଷାନୁଷ୍ଠାନ ଗୁଡିକ ଏହି ଦିଗରେ ବିଷଦ ଆଲୋଚନା ଓ ଚିନ୍ତା କରିବାର ଆବଶ୍ୟକ‌ତା ରହିଛି ବୋଲି ସେ କହିଥିଲେ ।

  • Related Posts

    ମେ’୨ରେ ମାଟ୍ରିକ ରେଜଲ୍ଟ

    ଆସନ୍ତା ମେ’ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋଡର଼୍ ଅଫ ସେକେଣ୍ଡାରୀ ଏଡ଼ୁକେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଷ୍ଟେଟ ଓପନ ସ୍କୁଲ୍‌ ଓ ମଧ୍ୟମା ଫଳ ବି ସେହିଦିନ ପ୍ରକାଶ ପାଇବ । ମେ’…

    Continue reading
    ଯୁବତୀଙ୍କୁ ଦୁଷ୍କର୍ମ ପରେ ମୁହଁକୁ ହାଣିଲା ଦୁବୃର୍ତ୍ତ

    ଢେଙ୍କାନାଳ:ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ। ନିକଟରେ ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା