ଭୋଟ୍ ଦେଇସାରିବା ପରେ ବି ପାଟି ଖୋଲୁ ନାହାନ୍ତି ଭୋଟର!

କୋଲକାତା:,30/04: ପଶ୍ଚିମବଙ୍ଗ ବିଧାନସଭା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବୁଥ୍ ବାହୁଡ଼ା ମତ (ଏକ୍ସିଟ୍ ପୋଲ୍) ରିପୋର୍ଟ ପ୍ରକାଶ ପାଇ ସାରିଛି । ଅଧିକାଂଶ ମତ ବିଜେପି ସପକ୍ଷରେ ଯାଇଛି । ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ଦେଖା ଦେଇଛି । କିନ୍ତୁ ଏକ୍ସିଟ୍ ପୋଲ୍ ତଥ୍ୟ ଦେଉଥିବା ଦେଶର ପ୍ରମୁଖ ସଂସ୍ଥା ଆକ୍ସିସ୍ ମାଇଁ ଇଣ୍ଡିଆ (Axis My India) ଚଳିତ ଥର ତଥ୍ୟ ଜାରି କରିବାକୁ ମନା କରିଦେଇଛି । ଗତକାଲି ୫ଟି ସ୍ଥାନରେ ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ବୁଥ ବାହୁଡ଼ା ମତ ରିପୋର୍ଟ ପ୍ରକାଶ ପାଇଥିଲା କିନ୍ତୁ ଆକ୍ସିସ୍ ମାଇଁ ଇଣ୍ଡିଆ ତାର ତଥ୍ୟ ପ୍ରକାଶ କରି ନଥିଲା । ଗୁରୁବାର ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ପ୍ରକାଶ ପାଇବ ବୋଲି କୁହାଯାଇଥିଲା ମାତ୍ର ଆଜି ରିପୋର୍ଟ ପ୍ରକାଶ କରାଯିବ ନାହିଁ ବୋଲି କୁହାଯାଇଛି । ସଂସ୍ଥାର ପ୍ରବନ୍ଧ ନିର୍ଦ୍ଦେଶକ ପ୍ରଦୀପ ଗୁପ୍ତା ଏହି ସୂଚନା ଦେଇଛନ୍ତି ।
ଗୁପ୍ତା କହିଛନ୍ତି ଯେ ଆକ୍ସିସ୍ ମାଇଁ ଇଣ୍ଡିଆର ମୁଖ୍ୟ ପ୍ରକ୍ରିୟା ହେଉଛି ଲୋକଙ୍କ ସହିତ ସିଧାସଳଖ କଥା ହେବା । କିନ୍ତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଅଧିକାଂଶ ଲୋକେ ମତ ଦେବାକୁ ମନା କରିଦେଇଥିଲେ । ଏମିତିକି ଖାଲି ‘ହଁ’ କିମ୍ବା ‘ନାଁ’ କହିବାକୁ ମଧ୍ୟ ପ୍ରସ୍ତୁତ ନ ଥିଲେ । ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିବା ସେ କହିଛନ୍ତି । ତେଣୁ ମାତ୍ର ୨୦-୩୦ ପ୍ରତିଶତ ମତରେ ଅନୁମାନ କରିବା ଠିକ୍ ନୁହେଁ । ଉଲ୍ଲେଖ ଯୋଗ୍ୟ, ପଶ୍ଚିମବଙ୍ଗରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଦୁଇଟି ପର୍ଯ୍ୟାୟରେ ମୋଟ ୯୨.୪୭ ପ୍ରତିଶତ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୯୩.୧୩ ପ୍ରତିଶତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୧.୬୬ ପ୍ରତିଶତ ମତଦାନ ହୋଇଛି । ସ୍ୱାଧୀନତା ପରେ ଏହା ସର୍ବାଧିକ ମତଦାନ ଅଟେ । ୨୦୧୧ରେ ୮୪ ପ୍ରତିଶତ ମତଦାନ ହୋଇଥିଲା ଏବଂ ସେତେବେଳେ ମମତା ବାନାର୍ଜୀ ନୂତନ ସରକାର ଗଢ଼ିଥିଲେ । ୩୪ ବର୍ଷର ବାମ ଦଳର ସରକାର ଭାଙ୍ଗିଥିଲା ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ