
ଭୁବନେଶ୍ୱର : ମେ’ ୪ରେ ବାହାରିବ ପଶ୍ଚିମବଙ୍ଗ ନିର୍ବାଚନ ଫଳ । ଏହା ପୂର୍ବରୁ ଏକଜିଟ୍ ପୋଲ୍ ଆସିଯାଇଛି । ୪ ଏକଜିଟ୍ ପୋଲରେ ମମତା ବାନାର୍ଜୀଙ୍କ ଟିଏମସି ହାରିଯିବ ବୋଲି କୁହାଯାଇଥିବାବେଳେ ଆଉ କିଛି ଏକଜିଟ୍ ପୋଲରେ ମମତା ଜିତିବେ ବୋଲି ଆକଳନ କରାଯାଇଛି । ତେବେ ବିଜେପି ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ ଖୋଲୁଥିବାର ଅଭିଯୋଗ କରି ଟିଏମସି ନେତାମାନେ ଷ୍ଟ୍ରଙ୍ଗରୁମ୍ ଆଗରେ ଧାରଣା ଦେଇଛନ୍ତି । ବିଜେପି ବାଲାଟ ବକ୍ସ ଖୋଲିବାକୁ ଉଦ୍ୟମ କରୁଥିବା ନେଇ ଟିଏମସି ଅଭିଯୋଗ କରିଛି । ସୂଚନାଯୋଗ୍ୟଯେ, ଟିଏମସି ପାଇଁ ଏଥର ବଙ୍ଗ ପରୀକ୍ଷା ଅତ୍ୟନ୍ତ ଜଟିଳ ହୋଇପଡ଼ିଛି । ସେପଟେ ବିଜେପି ମମତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ସବୁ କଳ କୌଶଳ ଲଗାଇଦେଇଛି ।

