ନବୀନଙ୍କ ଉପରେ ଏମିତି ବର୍ଷିଲେ ମୋହନ

୨୦୨୯ରୁ ମୋଦିଜୀ ଲାଗୁ କରିବେ ଆରକ୍ଷଣ

୩୦ ଏପ୍ରିଲ ୨୦୨୬
ଆଜିର ଅଧିବେଶନ ମହିଳା ସଶକ୍ତିକରଣ, ବିଶେଷଭାବେ ରାଜନୈତିକ ସଶକ୍ତିକରଣ ବିଷୟରେ ଆଲୋଚନା ପାଇଁ ଆହୂତ କରାଯାଇଛି । ଆଜି ଆମ ଦେଶ ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଛି । ସମ୍ବିଧାନ ପ୍ରଣିତ ହେବାର ୭୫ ବର୍ଷ ପୂରିଛି, ଦେଶରେ ଅନେକ ପ୍ରଗତି ହୋଇଛି । କିନ୍ତୁ, ଦେଶର ଅଧା ଜନସଂଖ୍ୟା ଆଜି ନିଜକୁ ଠକି ହେଲା ପରି ମନେ କରୁଛନ୍ତି ।
ଗତ କିଛି ଦଶନ୍ଧି ଧରି ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା କରୁଛନ୍ତି । କିନ୍ତୁ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ସଂଜ୍ଞା ଅତି ସଙ୍କୁଚିତ । କାରଣ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ଅର୍ଥ ହେଉଛି କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା ।
ତେଣୁ, ଏସଏଚଜି ଗଠନ କରି କିଛି ଟଙ୍କା ଦେଇଦେଲେ ସେମାନେ ଭାବନ୍ତି ଯେ ମହିଳାମାନେ ସଶକ୍ତ ହୋଇଗଲେ । କିନ୍ତୁ, ଏହା ଏକ ଭ୍ରାନ୍ତ ଧାରଣା । ସଶକ୍ତିକରଣର ପ୍ରକୃତ ସଂଜ୍ଞା ହେଉଛି ନିଜେ ନିଜ ପାଇଁ, ପରିବାର ପାଇଁ ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର । ତେଣୁ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ହିଁ ହେଉଛି ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ ।
ଦେଶର ଶିକ୍ଷାଦାନ ବ୍ୟବସ୍ଥା ଅଧିକାଂଶ ଭାବେ ମହିଳାଙ୍କ କାନ୍ଧ ଉପରେ ନ୍ୟସ୍ତ । ଯେଉଁମାନେ ଦେଶର ଭବିଷ୍ୟତ ଗଠନ କରୁଛନ୍ତି, ଯେଉଁମାନେ ଦେଶର ଭାବି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ନେତା ବନେଇବାରେ ମୂଳଦୁଆ ରଖୁଛନ୍ତି ସେମାନେ କ’ଣ ଦେଶର ନେତୃତ୍ୱ ନେଇ ପାରିବେ ନାହିଁ? ଆଜିର ନାରୀଶକ୍ତି ଅସାଧ୍ୟ ସାଧନ କରିବାରେ ସମର୍ଥ । ତାଙ୍କୁ କେବଳ ଆବଶ୍ୟକ ଏକ ସମାନ ସୁଯୋଗ । କିନ୍ତୁ, ଆମ ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାଙ୍କୁ ସୁଯୋଗ ଦେବା ପାଇଁ ସବୁବେଳେ କିଛି ନା କିଛି ଅନ୍ତରାୟ ସୃଷ୍ଟି କରାଯାଇଥାଏ ।
ଯଦି ମୁଁ ଉଦାହରଣ ଦେବି, ସାଂସଦ ଓ ବିଧାନସଭାରେ ମହିଳାଙ୍କୁ ଆରକ୍ଷଣ ଦେବା ପ୍ରସଙ୍ଗ । କେତେବେଳେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ହେଉ ତ ଆଉ କେତେବେଳେ ମୁସଲିମ୍‌ ମହିଳାଙ୍କ ପାଇଁ ଆରକ୍ଷଣ ଦାବି ଆଳରେ ଏହି ମାନସିକତା ତାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରିଛନ୍ତି । ଏ ଗୃହର ସଦସ୍ୟ ଓ ସଦସ୍ୟାମାନେ ଜାଣିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସବୁବେଳେ ସବୁ ସମୟରେ ମହିଳା ଆରକ୍ଷଣ ବିଲକୁ ସମର୍ଥନ କରି ଆସିଛି । କଂଗ୍ରେସ ଦଳର ବନ୍ଧୁଗଣ ଏଠାରେ ଉପସ୍ଥିତ ଅଛନ୍ତି । ତାଙ୍କ ଦଳର ୧୯୮୪ ମସିହାରେ ଲୋକସଭାରେ ୪୧୪ ସିଟ ଏବଂ ରାଜ୍ୟ ସଭାରେ ୧୫୯ ଟି ସିଟ ଥିଲା । ଦୁଇ ତୃତୀୟାଂଶ ନୁହେଁ, ତିନି-ଚତୁର୍ଥାଂଶ ଆସନ ଥିଲା କଂଗ୍ରେସର । କିନ୍ତୁ, କାହିଁକି ସେମାନେ ଏହି ମହତ୍ୱପୂର୍ଣ୍ଣ ବିଲକୁ ପାଶ କରି ନ ଥିଲେ । ଆଜି ଯେଉଁମାନେ ଆମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେମାନେ ନିଜର ଇତିହାସ ଜାଣିବା ଆବଶ୍ୟକ ।
ଏଠାରେ ଆମର ବିଜୁ ଜନତା ଦଳର ମାନ୍ୟବର ସଦସ୍ୟ ସଦସ୍ୟାମାନେ ଅଛନ୍ତି । ସେମାନେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ମହିଳା ସଂରକ୍ଷଣକୁ ନେଇ ବାହାବା ଲୁଟିବାକୁ ଚେଷ୍ଟା କରୁଛନ୍ତି, ଆଜି ବି ଆଲୋଚନା ସମୟରେ ସେମାନେ ତାହାକୁ ଦୋହରାଇବେ ।
କିନ୍ତୁ, ଯେତେବେଳେ ବିଧାନସଭା ଓ ଲୋକସଭା ପାଇଁ ଆରକ୍ଷଣ କଥା ଉଠୁଛି ସେମାନେ କାହିଁକି ମହିଳା ବିରୋଧୀ ଆଭିମୁଖ୍ୟ ନେଉଛନ୍ତି? ଏହାର ଉତ୍ତର ହେଉଛି ଏଠାରେ ବସିଥିବା ସଦସ୍ୟ ଓ ସଦସ୍ୟା କିମ୍ବା ତାଙ୍କ ଦଳର ଆଗାଧାଡିର ନେତାମାନେ ତ ଆଉ ସରପଞ୍ଚ କି ଜିଲ୍ଲା ପରିଷଦ ନିର୍ବାଚନ ଲଢିବେ ନାହିଁ, ତେଣୁ ତାଙ୍କର ପଞ୍ଚାୟତ ନିର୍ବାଚନରେ ୧୦୦% ଆରକ୍ଷଣ ହେଲେ ବି ତାଙ୍କର କିଛି ଅସୁବିଧା ନାହିଁ, କାରଣ ତାଙ୍କର ସେଥିରେ ସ୍ୱାର୍ଥ ହାନି ହେଉନାହିଁ ।
କିନ୍ତୁ, ଯଦି ବିଧାନ ସଭା ଓ ଲୋକସଭା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହୁଏ, ତେବେ ନିଶ୍ଚିତ ଭାବେ ତାଙ୍କର ସ୍ୱାର୍ଥ ବାଧିତ ହେବ । ତେଣୁ, କୌଣସି ନା କୌଣସି ବାହାନାରେ ଏହି ବିଲ ବିରୋଧରେ ତାଙ୍କର ମତାମତ ଦେଉଛନ୍ତି ।
ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି ଓଡିଶା ମାଟିର ଝିଅ, ଦ୍ରୌପଦୀ ମୁର୍ମୁ ମହୋଦୟା । ତାଙ୍କୁ ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରାଇବା ପାଇଁ ଆବଶ୍ୟକ ରାଜନୈତିକ ସମର୍ଥନ ପ୍ରଦାନ କରିଥିଲେ ମାନନୀୟ ମୋଦୀଜୀ । ଆଜି ଆମ ସରକାରଙ୍କ ଅମଳରେ ଓଡିଶା ବିଧାନ ସଭାର ଶୋଭା ବୃଦ୍ଧି କରୁଛନ୍ତି ଆପଣଙ୍କ ପରି ଜଣେ ତେଜସ୍ୱୀ ମହିଳା ଏବଂ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ମହୋଦୟା ମହିଳାଙ୍କ ଉତ୍ଥାନ ପାଇଁ ନିଜର ଯୋଗଦାନ ଦେଉଛନ୍ତି ।
ଆଜି କେନ୍ଦ୍ରରେ ମାନନୀୟା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ପ୍ରଥମ ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ୯ ଥର ଲୋକସଭାରେ ବଜେଟ ଆଗତ କରିଛନ୍ତି ଯାହା ଏକ ସର୍ବକାଳୀନ ରେକର୍ଡ । ବିରୋଧୀ ଦଳଙ୍କ କ୍ରମାଗତ ଆକ୍ରମଣ ସତ୍ତେ୍ୱ ପ୍ରଧାନମନ୍ତ୍ରୀ ମୋଦୀଜୀ ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ଭରସା କରିଥିଲେ ।
ଇନ୍ଦିରାଗାନ୍ଧୀଙ୍କ ପରେ ବୋଧହୁଏ ନିର୍ମଳା ସୀତାରମଣ ପ୍ରଥମ ମହିଳା ଭାବେ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନିଷ୍ପତ୍ତି ନେବା ବ୍ୟବସ୍ଥା ସିସିଏସ ଏବଂ ସିସିଇଏରେ ନିରବଚ୍ଛିନ୍ନ ଭାବେ ସାତ ବର୍ଷ ଧରି ଲଗାତାର ସଦସ୍ୟା ରହି ନିଜ ବହୁମୂଲ୍ୟ ମତାମତ ଦେଉଛନ୍ତି ।
ବିକଶିତ ଭାରତ ପାଇଁ ‘ସମୃଦ୍ଧ ଓଡ଼ିଶା’ ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ । ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା ଯୋଜନା’ ଆରମ୍ଭ ହୋଇଛି । ଏହା କେବଳ ଏକ ସହାୟତା ରାଶି ନୁହେଁ, ବରଂ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ‘ଆତ୍ମନିର୍ଭର’ କରିବାର ଏକ ମହାନ ପ୍ରୟାସ । ‘ସୁଭଦ୍ରା’ରୁ ଆରମ୍ଭ କରି ‘ଲକ୍ଷପତି ଦିଦି’ ପର୍ଯ୍ୟନ୍ତ ଏହି ଯାତ୍ରା ଓଡ଼ିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ । ଆମେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଅଭାବୀ ପରିବାରର କନ୍ୟାମାନଙ୍କୁ ସହାୟତା ପ୍ରଦାନ କରୁଛୁ ।
ଆମର ଲକ୍ଷ୍ୟ ହେଉଛି- ଓଡ଼ିଶାର ପ୍ରତିଟି ମା’ଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢ଼ି ତୋଳିବା । ଗାଁର ଜଣେ ସାଧାରଣ ମହିଳା ଯେତେବେଳେ ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଆଧୁନିକ କୃଷି କରନ୍ତି, ସେତେବେଳେ ହିଁ ପ୍ରକୃତ ବିକାଶ ହୁଏ । ଆମ ଦେଶର ତୃଣମୂଳ ସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରି ଦକ୍ଷତା ପ୍ରମାଣିତ କରୁଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଏହି ପ୍ରତିନିଧିତ୍ୱକୁ ଅଧିକ ଗତି ଦେବା ପାଇଁ ଉଦ୍ଦିଷ୍ଟ । ତେଣୁ ଏହାକୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଥିଲେ, ସେଥିରେ ବିରୋଧୀଦଳ ବ୍ରେକ ଲଗାଇ ନିଜ ସଙ୍କୁଚିତ ମାନସିକତାର ପ୍ରମାଣ ଦେଇଛନ୍ତି । ହେଲେ, ଏହା ଏକ ସାମୟିକ ବିରତି । ମୋଦୀଜୀ ୨୦୨୯ରୁ ହିଁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ଆରକ୍ଷଣ ବ୍ୟବସ୍ଥା କରିବେ ।
ବିରୋଧୀଦଳ ନେତା ଏହି ବିଲ୍‌ ଉପରେ ବିଶଦ ଆଲୋଚନା କରିବା ପାଇଁ ବିଧାନସଭାର ଏକ ବିଶେଷ ଅଧିବେଶନ ଡାକିବା ପାଇଁ ମୋତେ ଚିଠି ଲେଖିଥିଲେ । ସେଥିରେ ସେ ତାଙ୍କର କିଛି ଉଦବେଗ ପ୍ରକାଶ କରିଥିଲେ ଆସନକୁ ନେଇ । କିନ୍ତୁ, ଏକଥା ସଂସଦରେ ଗୃହମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଲୋକସଭାରେ ଆସନ ସଂଖ୍ୟା ୮୫୦ କୁ ବୃଦ୍ଧି ପାଇବ । ତେଣୁ ସେହି ଅନୁପାତରେ ଓଡିଶା ବିଧାନସଭା ଆସନ ସଂଖ୍ୟା ବି ୫୦ ପ୍ରତିଶତ ବୃଦ୍ଧି ପାଇଥାଆନ୍ତା । ତେଣୁ, ବିରୋଧୀ ଦଳଙ୍କ ଆଶଙ୍କା ସଂପୂର୍ଣ୍ଣ ଅମୂଳକ । ଏହାଦ୍ୱାରା ତାଙ୍କ ସ୍ୱାର୍ଥରେ କୌଣସି ଆଞ୍ଚ ବି ଆସି ନ ଥାନ୍ତା ।

  • Related Posts

    ଭୋଟ୍ ଦେଇସାରିବା ପରେ ବି ପାଟି ଖୋଲୁ ନାହାନ୍ତି ଭୋଟର!

    କୋଲକାତା:,30/04: ପଶ୍ଚିମବଙ୍ଗ ବିଧାନସଭା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବୁଥ୍ ବାହୁଡ଼ା ମତ (ଏକ୍ସିଟ୍ ପୋଲ୍) ରିପୋର୍ଟ ପ୍ରକାଶ ପାଇ ସାରିଛି । ଅଧିକାଂଶ ମତ ବିଜେପି ସପକ୍ଷରେ ଯାଇଛି । ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ଦେଖା ଦେଇଛି ।…

    Continue reading
    ବଙ୍ଗରେ ଏମିତି କଲେ ମମତା ସେନା

    ଭୁବନେଶ୍ୱର : ମେ’ ୪ରେ ବାହାରିବ ପଶ୍ଚିମବଙ୍ଗ ନିର୍ବାଚନ ଫଳ । ଏହା ପୂର୍ବରୁ ଏକଜିଟ୍‌ ପୋଲ୍‌ ଆସିଯାଇଛି । ୪ ଏକଜିଟ୍‌ ପୋଲରେ ମମତା ବାନାର୍ଜୀଙ୍କ ଟିଏମସି ହାରିଯିବ ବୋଲି କୁହାଯାଇଥିବାବେଳେ ଆଉ କିଛି ଏକଜିଟ୍‌ ପୋଲରେ ମମତା ଜିତିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା