ବିଜୟଙ୍କ ଦୁଇଟି ସତ୍ୟପାଠରେ ଭିନ୍ନ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ,୨୦ ଏପ୍ରିଲ ୨୦୨୬: ବିଜୟ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତ୍ରିଚି ଏବଂ ପେରାମ୍ବୁର ପାଇଁ ସେ ନାମାଙ୍କନ ଭରିଛନ୍ତି । ମାତ୍ର ପେରାମ୍ବୁରର ଜଣେ ମତଦାତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜୟଙ୍କ ଦ୍ୱାରା ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ଦାଖଲ କରାଯାଇଥିବା ସତ୍ୟପାଠରେ ଘୋଷିତ ଆୟରେ ବିସଙ୍ଗତି ରହିଥିବା ଅଭିଯୋଗ କରିଛନ୍ତି । ତ୍ରିଚି ଆସନ ପାଇଁ ଦାଖଲ କରାଯାଇଥିବା ଦଲିଲରେ ବିଜୟଙ୍କ ଘୋଷିତ ଆୟ ୨୨୦ କୋଟି ରହିଥିବାବେଳେ ଅନ୍ୟ ଆସନ ପାଇଁ ଦାଖଲ ସତ୍ୟପାଠରେ ତାଙ୍କ ଆୟ ୧୧୫ କୋଟି ଦର୍ଶାଯାଇଛି । ପ୍ରାୟ ୧୦୫ କୋଟିର ପାର୍ଥକ୍ୟ ରହିଛି । ଯାହାର ଆଜି ହାଇକୋର୍ଟ ଶୁଣାଣି କରି ଆୟକର ବିଭାଗକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଗୋଟିଏ ପଟେ ତାମିଲନାଡ଼ୁ ନିର୍ବାଚନ ଚାଲିଥିବାବେଳେ ଏପଟେ ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପାଇଁ ଅଡ଼ୁଆ ବଢ଼ିଛି । ମାଡ୍ରାସ୍ ହାଇକୋର୍ଟ ଅଭିନେତା ବିଜୟଙ୍କ ନିର୍ବାଚନୀ ସତ୍ୟପାଠରେ ୧୦୦ କୋଟିରୁ ଅଧିକ ଟଙ୍କାର ହେରଫେର କରିବାକୁ ନୋଟିସ୍ ଜାରି କରିଛନ୍ତି । ଏହି ବିଷୟରେ ପ୍ରତିକ୍ରିୟା ଦାଖଲ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବିଜୟଙ୍କ ଦଳ ପ୍ରଥମ ଥର ପାଇଁ ନିର୍ବାଚନରେ ଭାଗ ନେଇଛି ।

  • Related Posts

    ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଗତ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର…

    Continue reading
    ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ବୈଠକ

    ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ସଂଗଠନ କିପରି ମଜବୁତ୍ ହେବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ