ବିଦାୟ ନେଲେ ଖୁରାନିଆ, କାର୍ଯ୍ୟକାରୀ ଡିଜି ଦାୟିତ୍ୱ ନେଲେ ବିନୟତୋଷ

କଟକ: ଦୁଇବର୍ଷରୁ ଅଧିକ ସମୟ ଧରି ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ ଅଫିସର ଓ୍ୱାଇବି ଖୁରାନିଆ ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ୩୬ ବର୍ଷର ଆଇପିଏସ୍ କ୍ୟାରିୟର ପରେ ରାଜ୍ୟ ପୋଲିସ ମୁଖିଆ ପଦବୀରୁ ଅବସର ନେଇଛନ୍ତି ଡିଜିପି ଯୋଗେଶ ବାହାଦୁର ଖୁରାନିଆ ।
ଏପଟେ ରାଜ୍ୟ ପୋଲିସର ନୂଆ କାର୍ଯ୍ୟକାରୀ ଡିଜିପି ଭାବେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୟତୋଷ ମିଶ୍ର । କାର୍ଯ୍ୟଭାର ସମ୍ଭାଳିବା ପରେ ରାଜ୍ୟ ସରକାରଙ୍କୁ ତାଙ୍କୁ ପ୍ରତି ବିଶ୍ୱାସ ପାଇଁ ଧନ୍ୟବାଦ ଜଣାଇବା ସହ ନିଜର ଆଗାମୀ କାର୍ଯ୍ୟପନ୍ଥା ଓ ପ୍ରାଥମିକତା ସମ୍ପର୍କରେ ସେ ବସ୍ତୃତ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ କୌଣସି ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ସମଗ୍ର ପୋଲିସ ଟିମ୍‌କୁ ସାଙ୍ଗରେ ନେଇ ଜନସାଧାରଣଙ୍କ ଆଶା ପୂରଣ କରିବାକୁ ସେ ନିରନ୍ତର ଚେଷ୍ଟା କରିବେ । ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ମୁଖ୍ୟତଃ ନାରୀ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା, ସଂଘଠିତ ଅପରାଧ ଦମନ ଓ ସାଇବର ଅପରାଧ ନିୟନ୍ତ୍ରଣଭଳି ୪ଟି ବିନ୍ଦୁ ଉପରେ କାର୍ଯ୍ୟ କରିବ । ଏହାସହ ରାଜ୍ୟରେ ମାଓବାଦୀ ସମସ୍ୟା କ୍ରମଶଃ ହ୍ରାସ ପାଇଥିଲେ ବି ଏହାକୁ ସମ୍ପୂର୍ଣ୍ଣ ଶେଷ କରି ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରାଯିବା ସହ ପାର୍ବଣ ସୁରକ୍ଷା ଓ ବନ୍ୟା ସହାୟତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କାର୍ଯ୍ୟକାରୀ ଡିଜି କହିଛନ୍ତି ।

ତେବେ ବିନୟତୋଷଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ବିଦାୟୀ ଡିଜିପି ଓ୍ୱାଇ ବି ଖୁରାନିଆ । ୧୯୯୩ ବ୍ୟାଚ୍‌ର ବରିଷ୍ଠ IPS ବିନୟତୋଷ ମିଶ୍ର । ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ନୂଆ ପୋଲିସ ଡିଜି ଚୟନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ପୂର୍ବରୁ କ୍ରାଇମବ୍ରାଞ୍ଚର ଡିଜି ଭାବେ ଦାୟିତ୍ବ ତୁଲାଉଥିଲେ ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ