ବିଦା ହେଲେ ସମ୍ବଲପୁର ପ୍ରଫେସର

ବୁର୍ଲା: ମହଙ୍ଗା ପଡିଲା ଲାଞ୍ଚ ନେବ। କାର୍ୟ୍ୟରୁ ବିଦା ହେଲେ ସମ୍ବଲପୁର ପ୍ରଫେସର। ‘ନାକ୍‌’ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ମାମଲା‌ରେ ପ୍ରଫେସର ବୁଲୁ ମହାରଣାଙ୍କୁ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । ପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରି ତଦନ୍ତ ଚଳାଇଛି।

ସିବିଆଇ ଦ୍ୱାରା ଗିରଫ ହୋଇ ତଦନ୍ତର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତ ପ୍ରଫେସର ମହାରଣାଙ୍କୁ କୁଳପତିଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବ ଓଡ଼ିଶା ଚାକିରି ସେବା ନିୟମ-୧୯୬୨ର ଧାରା ୧୨ ଅନୁଯାୟୀ ନିଲମ୍ବନ ଆଦେଶ ଦେଇଛନ୍ତି । ଚିଠିସଂଖ୍ୟା ୫୬୭ରେ ଗତ ୪ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଫେସର ଶ୍ରୀ ମହାରଣାଙ୍କଠାରୁ ସମସ୍ତ ପ୍ରାଶାସନିକ ଦାୟିତ୍ୱ ଅପସାରଣ କରାଯାଇ ଲାଇବ୍ରେରି ଏବଂ ସୂଚନା ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ହସ୍ତାନ୍ତର କରାଯାଇଛି । କୁଳପତିଙ୍କ ବିନା ଆଦେଶରେ ସେ କାର୍ୟ୍ୟସ୍ଥଳୀ ଛାଡ଼ିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ବିଶ୍ୱବିଦ୍ୟାଳୟକୁ ଏ ++ ରେଟିଂ ଦେବା ପାଇଁ ‘ନାକ୍‌’ କମିଟି ଦଳ ଲାଞ୍ଚ ମାଗିଥିଲେ । ଏହି ‘ନାକ୍‌’ କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରେ ପ୍ରଫେସର ବୁଲୁ ମହାରଣା ଥିଲେ । ଲାଞ୍ଚ ନେବା ବେଳେ ସିବିଆଇ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ