
ଅନୁଗୁଳ: ପରିବା ବଗିଚାରେ ପାଣି ମଡ଼ାଇବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ପୋକତୁଙ୍ଗା ଗାଁର ବୁଦ୍ଧଦେବ ପ୍ରଧାନଙ୍କ ସ୍ତ୍ରୀ ସୁମିତ୍ରା ପ୍ରଧାନ(୫୨ ବର୍ଷ) ବୋଲି ଜଣାପଡ଼ିଛି କ୍ଷ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ମୁତାବକ, ସୁମିତ୍ରା ଶୁକ୍ରବାର ସକାଳେ କରତପଟା ସ୍ଥିତ ପରିବା ବଗିଚାକୁ ଯାଇଥିଲେ। ସେଠାରେ ପାଣି ମଡ଼ାଉଥିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।




