
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କପାସୁଦା ଗାଁରେ ବିଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ। ମୃତକମାନେ ହେଉଛନ୍ତି ରବୀନ୍ଦ୍ର ଜେନା ଓ ଜଗନ୍ନାଥ ଜେନା। ସେମାନେ ଦିନ ପ୍ରାୟ ୧୧ଟା ବେଳେ ଧାନ କ୍ଷେତକୁ ଯାଇଥିଲେ। କିନ୍ତୁ ଦିନ ପ୍ରାୟ ୨ଟା ବେଳକୁ ବିଲରେ ସେମାନଙ୍କ ମୃତଦେହ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତକ ଦ୍ୱୟଙ୍କ ସଂପର୍କୀୟ ଭାଇ ଗଙ୍ଗାଧର ଜେନା କହିଛନ୍ତି ଯେ ଜମିରେ ବିଦ୍ୟୁତ୍ ତାର ପଡ଼ିଥିବା ସେମାନେ ବୋଧହୁଏ ଦେଖିପାରି ନଥିଲେ। ତେଣୁ ତାହା ସଂସ୍ପର୍ଶରେ ଆସି ସେମାନଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ଜଳେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଘଟଣା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।








