ବିଧାନସଭା ନିର୍ବାଚନ: ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

ଭୁବନେଶ୍ବର: ୧୩ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟ ଦେବ ଝାଡଖଣ୍ଡ । ଏଥର କଂଗ୍ରେସ-‘ଜେଏମଏମ’ ଓ ଆରଜେଡି ମହାମେଣ୍ଟ ସହିତ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର କଡା ମୁକାବିଲା ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି । ତେବେ ଓଡିଶାର ପଡୋଶୀ ରାଜ୍ୟ ଆଦିବାସୀବହୁଳ ଝାଡଖଣ୍ଡର ଏକାଧିକ ସ୍ଥାନରେ ରହିଛି ଓଡିଆ ଭାଷାଭାଷୀ ଭୋଟରଙ୍କ ପ୍ରଭାବ । ତେଣୁ ସେମାନଙ୍କ ଭୋଟ ହାତେଇବା ପାଇଁ ଏବେ ବିଭିନ୍ନ ଦଳ ଓଡିଶା ନେତାଙ୍କୁ ଗ୍ରାଉଣ୍ଡକୁ ପଠାଇଛନ୍ତି ।

ଓଡିଆ ଭାଷାଭାଷୀ ଭୋଟରଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ଉଭୟ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ଓଡିଶା ନେତାମାନେ ଝାଡଖଣ୍ଡ ନିର୍ବାଚନରେ ପ୍ରଚାର ଅଭିଯାନ ଆରମ୍ଭ କରିସାରିଛନ୍ତି । ଝାଡଖଣ୍ଡର ଚାରୋଟି ଜିଲ୍ଲା,ପୂର୍ବ-ସିଂହଭୂମ, ପଶ୍ଚିମ-ସିଂହଭୂମ, ସରେଇକଳା-ଖରାସୁଆଁ ଏବଂ ସିମଡେଗା ଓଡିଆ ଭାଷାଭାଷୀ ଜନସଂଖ୍ୟା ଅଞ୍ଚଳ । ବିଶେଷ କରି କୋଲହନ ଏବଂ ଦକ୍ଷିଣ-ଛୋଟନାଗପୁର ଅଞ୍ଚଳର ୧୬ଟି ବିଧାନସଭା ଆସନରେ ଓଡିଆ ଭାଷାଭାଷୀ ଭୋଟରଙ୍କ ଯଥେଷ୍ଟ ପ୍ରଭାବ ରହିଛି ।
ଭାରତୀୟ ଜନତା ପାର୍ଟି ମଧ୍ୟ ଏହି ଧାରାରେ ପଛରେ ନାହିଁ । ଏହି ଧାରାରେ ବିଜେପି ଓଡିଶାର ଏକାଧିକ ନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି । ନିଜେ ଆଦିବାସୀ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦଳର ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ରହିଛନ୍ତି । ସେ ମଧ୍ୟ ଆଜି କିମ୍ବା ଆସନ୍ତାକାଲି ଝାଡଖଣ୍ଡ ଗସ୍ତ କରି ସେଠାରେ ଦଳୀୟ ପ୍ରଚାର ଆରମ୍ଭ କରିପାରନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ତଥା ଓଡିଶା ବିଜେପିର ଅନ୍ୟତମ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାଡଖଣ୍ଡ ଗସ୍ତ କରି ଦଳ ପାଇଁ ପ୍ରଚାର କରିବେ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ