ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ ଗଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠିତ ହୋଇଛି । ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପିଏସି କମିଟି ଅଧ୍ୟକ୍ଷ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ବ ମିଳିଛି । କମିଟିରେ ରାମ ଚନ୍ଦ୍ର କାଡାମ, ଅରୁଣ ସାହୁ, ଗଣେଶ୍ଵର ବେହେରା, ସନାତନ ବିଜୁଳିଙ୍କ ସମେତ ୧୧ ବିଧାୟକ ସଦସ୍ୟ ରହିଛନ୍ତି ।
ସେହିଭଳି ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ରହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସଦସ୍ୟ ଅଛନ୍ତି ।

​​​​​​ସେହିଭଳି ୧୦ ଟି ଷ୍ଟାଣ୍ଡିଙ୍ଗ କମିଟି ଘୋଷଣା କରିଛନ୍ତି ବାଚସ୍ପତି । ଷ୍ଟାଣ୍ଡିଂ କମିଟି ୧ର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର, ୨ ର ଅଧ୍ୟକ୍ଷ ସନ୍ତୋଷ ଖଟୁଆ, ୩ର ବାବୁ ସିଂ, ୫ର ବିଭୁତି ପ୍ରଧାନ, ୬ର ରାମ ଚନ୍ଦ୍ର କାଡାମ, ୯ ର ସନାତନ ବିଜୁଳି ଏବଂ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ଷ୍ଟାଣ୍ଡିଂ କମିଟି ୧୦ ର ଅଧକ୍ଷ ଭାବେ ଚୟନ କରାଯାଇଛି । ଲାଇବ୍ରେରୀ କମିଟିର ଅଧକ୍ଷ ଭାବେ ଆକାଶ ଦାସ ନାୟକ ଚୟନ ହୋଇଥିବା ବେଳେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ୧୧ ନିଲମ୍ବିତ ବିଧାୟକ ।

  • Related Posts

    ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

    ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

    Continue reading
    ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣ : ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ

    ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ସରକାର। ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଆଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ