
ଭୁବନେଶ୍ୱର: ବିଧାୟକମାନଙ୍କ ନାଁରେ ରହିଛି ୧୫୬ ମାମଲା । ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବିଧାୟକମାନଙ୍କ ନାମରେ ଥିବା ମାମଲାଗୁଡ଼ିକ ଅପରାଧିକ ଶ୍ରେଣୀର । ଯାହା ବିଚାରାଧୀନ ରହିଛି । ଗତ ବର୍ଷେ ଭିତରେ କୌଣସି ବିଧାୟକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।








