ବିଧାୟକ ପ୍ରକାଶ ସୋରେନଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ କେସ ରୁଜୁ ହେଉ: ବିଜେଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ଗାଡ଼ିରୁ ଗଞ୍ଜେଇ ଓ ମଦ ଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଆଜି ବିଜୁ ଜନତା ଦଳ ବିଜେପିର ବିଧାୟକ ମାନେ ବିଭିନ୍ନ ଅସାମାଜିକ କାର୍ୟ୍ୟରେ ଲିପ୍ତ ଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛି।ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି କହିଥିଲେ, ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ନାଲକୋ ଛକରେ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଦୁର୍ଘଟଣା ବେଳେ ବିଧାୟକ ଶ୍ରୀ ପ୍ରକାଶ ସୋରେନଙ୍କ ପୁଅ ଓ ତାଙ୍କର ପାଞ୍ଚ ଜଣ ସହଯୋଗୀ ଏହି ଗାଡ଼ିରେ ଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ଯାଇଥିଲେ।
ଦୁର୍ଘଟଣା ସମୟରେ, ବିଧାୟକଙ୍କ ଗାଡ଼ିରେ ମଦ ବୋତଲ ଓ ଗଂଜେଇ ଥିବାର ସ୍ଥାନୀୟ ଜନସାଧାରଣ ଦେଖିବା ପରେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ, ଯାହା ଭାଇରାଲ ହୋଇଛି। ବିଧାୟକଙ୍କ ଗାଡ଼ିରେ ମଦ ଗଞ୍ଜେଇ ଇତ୍ୟାଦି ଚାଲାଣ ହେବା ଏନଡିପିଏସ ଆଇନର ଉଲ୍ଲଂଘନ ଏବଂ ଏକ ସଂଗୀନ ଅପରାଧ। ବିଧାୟକ ପ୍ରକାଶ ସୋରେନ ଏହି ଘଟଣାକୁ ଚାପିଦେବା ଉଦ୍ଦେଶ୍ୟରେ ଘଟଣାକୁ ଅସ୍ୱୀକାର କରି ତାଙ୍କ ପୁଅ ଓ ସହଚରମାନଙ୍କୁ କ୍ଲିନଚିଟ ଦେବାକୁ ପ୍ରୟାସ କରୁଛନ୍ତି।
ଶ୍ରୀ ମାର୍ଣ୍ଡି କହିଥିଲେ, ଏହି ଘଟଣା ଏକ ସଂଗୀନ ଅପରାଧ ହୋଇଥିଲେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନାହିଁ। ଗାଡ଼ିରେ ଉପସ୍ଥିତ ଥିବା ବିଧାୟକଙ୍କ ପୁଅ ଓ ତାଙ୍କ ସହଚର ମାନଙ୍କୁ ତୁରନ୍ତ ଗିରଫ କରି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବୀ କରୁଛି। ବିଧାୟକ ଶ୍ରୀ ପ୍ରକାଶ ସୋରେନଙ୍କୁ ମଧ୍ୟ ତଦନ୍ତ ପରିସର ଭିତରେ ରଖାଯାଉ। ଶ୍ରୀ ପ୍ରକାଶ ସୋରେନ ମର୍ୟ୍ୟାଦାଜନକ ବାରିପଦା ଆସନର ବିଧାୟକ ଥିବା ବେଳେ, ବାରିପଦା ଅଞ୍ଚଳରେ ବେଆଇନ ଗଞ୍ଜେଇ ଓ ମଦ ବେପାର ଅହେତୁକ ଭାବେ ବୃଦ୍ଧି ପାଇଛି। ରାସ୍ତାରେ ଚେକିଂକୁ ଚକମା ଦେବା ପାଇଁ ବିଧାୟକଙ୍କ ବୋର୍ଡ ଲାଗିଥିବା ଗାଡିକୁ ବେଆଇନ ଗଞ୍ଜେଇ ଓ ମଦ ଚାଲାଣ କାମରେ ଲଗା ଯାଉଛି। ତାଙ୍କ ନାମରେ ଥିବା ଗାଡ଼ିଟି ଅବୈଧ କାର୍ୟ୍ୟରେ ବ୍ୟବହାର ହେବା, ନିଶ୍ଚିତ ଭାବେ ଏକ ଗୁରୁତର ବିଷୟ। ତେଣୁ, ଏନଡିପିଏସ ଆଇନ ଉଲ୍ଲଂଘନ ମାମଲାରେ କେସ ରୁଜୁ ହେବା ଆବଶ୍ୟକ।
ଶ୍ରୀ ମାର୍ଣ୍ଡି ଆହୁରି କହିଥିଲେ, କେବଳ ବାରିପଦା ବିଧାୟକ ନୁହେଁ ରାଜ୍ୟର ଅନେକ ବିଜେପି ବିଧାୟକ ଓ ବିଜେପି କର୍ମକର୍ତ୍ତା ଏବେ ବିଭିନ୍ନ ବେଆଇନ କାର୍ୟ୍ୟରେ ଲିପ୍ତ ହୋଇଛନ୍ତି। ବେଆଇନ ବାଲି ଚାଲାଣ, ବେଆଇନ ଖଣି ଖନନ, ଚୋରା ଗଞ୍ଜେଇ ଓ ମଦ ଚାଲାଣ ଓ ବିଭିନ୍ନ ଅନୁଷ୍ଠାନରୁ ବେଆଇନ ଚାନ୍ଦା ଆଦାୟ କାମରେ ଲିପ୍ତ ଅଛନ୍ତି। ରାଜ୍ୟର ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ଭୟଭୀତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ବାରଣ କରାଯାଇଛି, ଯାହା ଫଳରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଜଣେ ବ୍ୟକ୍ତି ତାଙ୍କ ପଦର ଦୁରୂପଯୋଗ ନକରି ଯେପରି ଆଇନକୁ ଫାଙ୍କି ନଦିଅନ୍ତୁ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଓ ଡିଜିପି ଯତ୍ନବାନ ହୁଅନ୍ତୁ। ଏହି ଘଟଣାରେ ଯଦି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନହୁଏ, ତାହେଲେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଅଵଲମ୍ବନ କରିବ।

  • Related Posts

    ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

    ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍…

    Continue reading
    ଦେବରାୟ କଲେଜରେ ନିର୍ବାଚନୀ ହିଂସା

    ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ପୂର୍ବରୁ ହିଂସା। ପୂର୍ବ ଶତ୍ରୁତାରୁ ଦେବରାୟ କଲେଜରେ ନିର୍ବାଚନୀ ହିଂସା ଉପୁଜିଛି । ଗୁରୁବାର ସନ୍ଧ୍ୟାରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ୟାଟ ଓ ହକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ