
ମାଲକାନଗିରି: ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା। ଆନ୍ଦ୍ର ଓଡିଶା ସୀମାନ୍ତ ରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଦ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି ( AOBSZC ) କମିଟି ର ହୋଇଥିବା ସୂଚନା ଦେଲେ ମାଲକାନଗିରି ଏସିପି ।ଜବତ ସାମଗ୍ରୀ ମଧ୍ୟରେ ୨ ଟି SLR ବନ୍ଧୁକ, ୨ଟି ଦେଶୀ ପିସ୍ତଲ , ଗୋଟିଏ ୟୁଏସେ ନିର୍ମିତ ପିସ୍ତଲ, ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଦୁଇଟି ଆଇଡି , ଗୋଟିଏ କ୍ଲେମର ମାଇନ, ୪ଟି ବିଜିଏଲ ସେଲ ସମେତ ୩୭ ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି ।ଗତ ୯ ଜୁନ ରେ ମଧ୍ୟ ମାଲକାନଗିରି କିରିମିଟି ଓ କଟୁଆପଦର ଜଙ୍ଗଲରୁ ମାଲକାନଗିରି ପୋଲିସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ।


