ଅଦିନିଆ ବର୍ଷା ଫଳରେ ବାଙ୍କୀର ପରିବା ଚାଷୀଙ୍କ ସ୍ଥିତି ବେହାଲ ହୋଇଯାଇଛି । ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ପାଣିରେ ଭାସୁଛି । ବାଙ୍କୀ ବ୍ଲକର ନୂଆଗାଁ, କମଳପୁର, ବରହମପୁରା, ବୈଦେଶ୍ଵର, ଆଦି ଅଞ୍ଚଳର ଶହ ଶହ ଚାଷୀ ମାନଙ୍କର ଧାନ ଓ ପରିବା ଫସଲ ପାଣିରେ ପଡି ନଷ୍ଟ ହୋଇଯାଇଛି । ଜହ୍ନି, ଭେଣ୍ଡି, ପୋଟଳ, କଲରା, କଖାରୁ ଓ କୋବି ଭଳି ଫସଲ ପାଣିରେ ପଚିସଢ଼ି ନଷ୍ଟ ହେବାକୁ ବସିଲାଣି । ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଚିନ୍ତାରେ ଏବେ ଚାଷୀକୁଳ ।
ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…




