
ନୂଆପଡ଼ା : ବିଷ ପିଇଦେଲେ ପ୍ରେମୀ ଯୁଗଳ । ନାବାଳିକା ପ୍ରେମିକା ମୃତ, ପ୍ରେମିକ ଗୁରୁତର । ବିଷ ପିଇ ଛଟ ପଟ ହେଉଥିବା ବେଳେ ଜମିରୁ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ସିନାପାଲି ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ,ଏକ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏକଥା ଜାଣିବା ପରେ ପରିବାର ଲୋକେ ପ୍ରଥମେ ସିନାପାଲି ହସ୍ପିଟାଲ ନେଇଥିଲେ । ସେଠାରୁ ଭଭୟଙ୍କୁ ନୂଆପଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାରେ ପ୍ରେମିକାର ଜୀବନ ଚାଲି ଯାଇଥିବା ବେଳେ ପ୍ରେମିକ ୨୨ ବର୍ଷିୟ ଯୁବକ ଏବେ ବି ଜୀବନ ମରଣ ସହ ସଂଘର୍ଷ କରୁଛି । ସିନାପାଲି ଥାନା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ସେମାନେ ପ୍ରେମ ପାଇଁ ଘର ଛାଡ଼ିଥିବା ଜଣାପଡ଼ିଛି। ହେଲେ କାହିଁକି ବିଷ ପିଇଲେ ତାହା ଅଷ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ କରୁଛି ।







