ବିହାରରେ ୬୫ ଲକ୍ଷ ଭୋଟର ବାଦ୍‌ ପ୍ରସଙ୍ଗରେ ନିର୍ବାଚନ କମିସନ୍‌ଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବିହାରରେ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ନିର୍ବାଚନ କମିସନ୍‌ (ଇସି)ଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଚିଠା ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିବା ପ୍ରସଙ୍ଗରେ କୋର୍ଟ ଇସିଙ୍କୁ ପ୍ରଶ୍ନ କରିଛନ୍ତି। କେଉଁ କାରଣ ପାଇଁ ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିଲେ ସେନେଇ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ଇସିଙ୍କୁ କହିଛନ୍ତି। ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କ ନାମ ପ୍ରକାଶ କରିବାପାଇଁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଏବଂ ଏନ୍‌‌ କୋଟିଶ୍ବର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଖଣ୍ଡପୀଠ ନିର୍ବାଚନ କମିସନ୍‌ଙ୍କୁ ଅଗଷ୍ଟ ୯ ତାରିଖ ସୁଦ୍ଧା ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିବା ପାଇଁ କହିଛନ୍ତି। ପୂର୍ବରୁ ଇସି ଏହି ସୂଚନା ସମସ୍ତ ରାଜନୈତିକ ଦଳ ଏବଂ ଏହାର ଏକ କିପ ଏଡିଆର୍‌କୁ ପ୍ରଦାନ କରିଥିବା‌ କହିଥିଲେ। ତେବେ ପୂର୍ବରୁ ଇସିଙ୍କ ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରିଥିବା ଏନ୍‌ଜିଓ ଏଡିଆର୍‌ ଏବେ ପୁଣିଥରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ନାଁ ପ୍ରକାଶ କରିବାପାଇଁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ତେବେ ଖଣ୍ଡପୀଠ ଏଡିଆର୍‌ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି ଯେ ଏହା କେବଳ ଏକ ଚିଠା ତାଲିକା। କେଉଁ କାରଣ ପାଇଁ ୬୫ ଲକ୍ଷ ଭୋଟରଙ୍କୁ ବାଦ୍‌ ଦିଆଯାଇଛି ତା’ର କାରଣ ପ୍ରଦାନ କରାଯିବ। ଅନ୍ୟପକ୍ଷେ ଭୂଷଣ ଆଜି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ରା‌ଜନୈତିକ ଦଳ ଗୁଡ଼ିକୁ କେବଳ ବାଦ୍‌ ଦିଆଯାଇଥିବା ଭୋଟରମାନଙ୍କର ଏକ ତାଲିକା ଦିଆଯାଇଛି। କିନ୍ତୁ ଉକ୍ତ ଭୋଟର ମୃତ କି ପ୍ରବାସୀ ତାହା ପ୍ରକାଶ କରାଯାଇନି। ଅଗଷ୍ଟ ୧୨ ତାରିଖରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ।

  • Related Posts

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ…

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    ଭୁବନେଶ୍ବର: ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଖାଲି ପଡିଥିବା ଗୃପ- ସି ପୋଷ୍ଟକୁ ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟରେ ୨ବର୍ଷ ମଧ୍ୟରେ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ