ମହିଳା ନେତୃତ୍ୱାଧୀନ ଉଦ୍ୟମିତା ହେଉଛି ସମୟର ଆହ୍ଵାନ: ମନ୍ତ୍ରୀ

ଭୁବନେଶ୍ଵର : ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କର ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଓ-ହବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ମନ୍ତ୍ରୀଗୋକୁଳାନନ୍ଦ ମଲ୍ଲିକ ସବିଶେଷ ସମୀକ୍ଷା କରିଥିଲେ । ଏହି ଅବସରରେ ଉଦ୍ୟମିତା କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ବିଶେଷ ପ୍ରଚେଷ୍ଟା କରିବା ପାଇଁ ଅଧିକାରୀଙ୍କୁ କହିଥିଲେ । ମହିଳା ନେତୃତ୍ୱାଧୀନ MSME କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ୧୩ତମ ସ୍ଥାନରେ ଥିବା ବେଳେ ଆଗାମୀ ଦିନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ଵାନ ଦେଇଥିଲେ । ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଓ ବିଭାଗ ଅନ୍ତର୍ଗତ ସମସ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ସମୀକ୍ଷା କରି ଲୋକଙ୍କ ପାଇଁ ନୀତିନିଷ୍ଠ କର୍ତ୍ତବ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କର ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମ, ପି.ଏମ୍.ଇ.ଜି.ପି, ପି.ଏମ୍.ଏଫ୍.ଏମ୍.ଇ , ପିଏମ୍-ବିଶ୍ଵକର୍ମା ଏବଂ ଓଡିଶା ସରକାରଙ୍କର ସି.ଏମ୍-ଶ୍ରିମ୍, ବିଭିନ୍ନ ନୀତି ଅଧୀନରେ ଦିଆ ଯାଉଥିବା ଆର୍ଥିକ ଏବଂ ଅଣ ଆର୍ଥିକ ପ୍ରୋତ୍ସାହନଗୁଡିକର ସମୀକ୍ଷା କରିଥିଲେ । ଜିଲ୍ଲାସ୍ତରର କାର୍ଯ୍ୟକାରିତା ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପରିଚାଳକମାନେ ଉପସ୍ଥାପନ କରିଥିଲେ ।ଏହି ସମୀକ୍ଷା ବୈଠକରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ସ୍ଵତନ୍ତ୍ର ଶାସନ ସଚିବ ମହେଶ କୁମାର ଚୌଧୁରୀ, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ପ୍ରଭୁ ପ୍ରସାଦ ଚୌଧୁରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ସମୁଚିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବିଶ୍ୱ ପରିବେଶ ଦିବସ: ହଜିଯାଇଛି ବୃକ୍ଷରାଜି, ଶୁଖିଯାଉଛି ଜଳଧାରା

    ଦେବଗଡ଼: ଦ୍ରୁତଗତିରେ ଚାଲିଛି ବିକାଶ। ତେବେ ବିକାଶ ନାଁରେ ଲୋକମାନଙ୍କ ଗମନାଗମନର ତଥା ଅନ୍ୟାନ୍ୟ ସୁବିଧା ସହ ସୁବ୍ୟବସ୍ଥା ପାଇଁ ତିଆରି ହେଊଛି ଜାତୀୟ ରାଜପଥ। ଏହି ବିକାଶ ଧାରା ତଥା ୪୯ ନଂ ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ତିଲେଇବଣିରୁ…

    Continue reading
    ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

    ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହ ପରିଚାଳନା କମିଟିର ସଦସ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ