ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର: ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର ଚଏସ୍‌ ଲକିଙ୍ଗ୍‌ କରିଥିବାବେଳେ ପ୍ରଥମ ମେଧାତାଲିକାରେ ୨୮୨୫ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୨୯ ଛାତ୍ର ଏବଂ ୧୪୯୬ ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। ପ୍ରଥମ ମେଧାତାଲିକାରେ ଚୟନ ହୋଇଥିବା ଏବଂ ଫ୍ରିଜ୍‌ ବିକଳ୍ପ ବାଛୁଥିବା ଛାତ୍ରୀଛାତ୍ର ନିଜ ଆଡ୍‌ମିଶନ ଫି’ ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରିବେ। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯାଇ ଆସନ୍ତା ୧୪ ଅଗଷ୍ଟ ସୁଦ୍ଧା ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ସ୍ଲାଇଡ୍‌ ବିକଳ୍ପ ବାଛୁଥିବା ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ନାମଲେଖା ଫି’ ପ୍ରଦାନକରି ଦ୍ୱିତୀୟ ମେଧାତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ସୂଚନାଯୋଗ୍ୟ, ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୩୧ଟି ଶିକ୍ଷାନୁଷ୍ଠାନରେ ମୋଟ୍‌ ୨୮୨୫ ସିଟ୍‌ ରହିଛି।

  • Related Posts

    ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନଶ୍ୱେର : ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ।…

    Continue reading
    ଡିଜିପି ଚୟନ ବିବାଦ; ଆଜି ସୁପ୍ରିମକୋର୍ଟରେ ହେବନି ଶୁଣାଣି

    ଓଡ଼ିଶା ଡିଜିପି ଚୟନ ବିବାଦ ନେଇ ସୁପ୍ରିକୋର୍ଟରେ ଶୁଣାଣି ପ୍ରସଙ୍ଗ। ଆଜି ହେବନାହିଁ ସୁପ୍ରିମକୋର୍ଟରେ ଶୁଣାଣି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ କରାଯାଇନାହିଁ । ଡିଜିପି ଚୟନ ବିବାଦ ନେଇ ସୁପ୍ରିମକୋର୍ଟରେ ହୋଇଛି ଜନସ୍ବାର୍ଥ ମାମଲା। ପୋଲିସ୍ ଡିଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ