ବୃଦ୍ଧଙ୍କ ପେଟରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର: MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର । ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ମେଡିକାଲର ENT ବିଭାଗର ଉଦ୍ୟମରେ ପ୍ରାୟ ସପ୍ତାହେ ପରେ ବୃଦ୍ଧଙ୍କ ପେଟରୁ ଦାନ୍ତକାଠିକୁ ବାହାର କରାଯାଇଛି । ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍ ଅସ୍ତ୍ରୋପଚାର କରି ବୃଦ୍ଧଙ୍କ ପେଟରୁ ଦାନ୍ତକାଠିକୁ ବାହାର କରିଛନ୍ତି । ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି ।
ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗ୍ରାମର ୮୦ ବର୍ଷୀୟ କାମରାଜୁ ନାୟକ ବୃଦ୍ଧ ଗତ ବୁଧବାର ସକାଳେ ଦାନ୍ତ ଘଷୁଥିବା ବେଳେ ଅସାବଧାନତା ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ । ବହୁ ଚେଷ୍ଟା ସତ୍ତ୍ବେ ପେଟରୁ ଦାନ୍ତକାଠି ବାହାରିନଥିଲା । ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ସହ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ । ପ୍ରାୟ ସପ୍ତାହେ ଯାଏଁ ଯନ୍ତ୍ରଣା ଭୋଗିବା ସହ ତରଳ ଖାଦ୍ୟ ଖାଇ ରହିଥିଲେ । ଏନେଇ ବୃଦ୍ଧ କାମରାଜୁଙ୍କ ପରିବାର ଲୋକ ବିଭିନ୍ନ ମେଡ଼ିକାଲ ବୁଲି ଶେଷରେ ଗତ ସୋମବାର ଦିନ ବ୍ରହ୍ମପୁର MKCG ମେଡିକାଲରେ ପହଞ୍ଚିଥିଲେ । ସେଠାରେ ENT ବିଭାଗର ଡାକ୍ତର, କାମରାଜୁଙ୍କ ଚିକିତ୍ସା କରିବା ପରେ ଖାଦ୍ୟ ନଳୀରେ ଦାନ୍ତକାଠି ରହିଥିବା ଜଣାପଡିଥିଲା । ପରେ ବିଭିନ୍ନ ପରୀକ୍ଷା କରାଯାଇଥିଲା । ବୃଦ୍ଧଙ୍କ ରକ୍ତଚାପ ଉଚ୍ଚ ରହିଥ‌ିବାରୁ ନିଶ୍ଚେତକ ଦେଇ ବିଭାଗ ପକ୍ଷରୁ ଏହାକୁ ବାହାର କରାଯିବାକୁ ସ୍ଥିର କରାଯାଇଥିଲା ।ପରିବାର ଲୋକ କାମରାଜୁଙ୍କୁ MKCG ମେଡିକାଲରେରେ ଭର୍ତ୍ତି କରାଇବା ପରେ ଦାନ୍ତକାଠିକୁ ବାହାର କରିବାକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏସୋଫାଗୋସ୍କୋପ୍ (Esophagoscope) ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତ କାଠିଟିକୁ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

  • Related Posts

    ବାଣୀବିହାର କ୍ୟାମ୍ପସରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜା

    ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା। ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ABVP ଓ BCJD ପ୍ରାର୍ଥୀ। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ…

    Continue reading
    ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ

    ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ