‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

ଭୁବନେଶ୍ୱର: ଜାତୀୟସ୍ତରରେ ଚମକିଲା ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ । ଗତ ଗୁରୁବାର ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ(ଇନକା) ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି । ବୋଉ ବୁଟୁ ଭୂତର ଅଭିନେତା ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ବାବୁସାନ ଫିଲ୍ମସ ତଥା ପ୍ରଯୋଜିକା ତୃପ୍ତି ମହାନ୍ତିଙ୍କୁ ଶ୍ରେଷ୍ଠ ଫିଲ୍ମ, ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ସି.ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଇନକା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହରେ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତର ବହୁ ନାମୀ କଳାକାରମାନେ ଏକାଠି ହୋଇଥିଲେ । ଓଡ଼ିଆ ସହ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲାମ ଓ ଅନ୍ୟ ଭାଷାର ଚଳଚ୍ଚିତ୍ରକୁ ଆୱାର୍ଡ ମିଳିଥିଲା । ଅଭିନେତା ରାଣା ଦଗୁବତି ଓ ପ୍ରଯୋଜକ କରଣ ଜୋହର ଏହି ସମାରୋହକୁ ପରିଚାଳନା କରିଥିଲେ ।

  • Related Posts

    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading
    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ