କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖରାବେଳେ ନିର୍ମାଣ କାର୍ଯ୍ୟ ସରକାର ବନ୍ଦ କରିଥିବା ବେଳେ ନିୟମ ଭାଙ୍ଗି ବିନା ସୁରକ୍ଷା ଉପକରଣରେ କିପରି ହାଇକୋର୍ଟ ନିକଟରେ ନିର୍ମାଣ କାର୍ଯ୍ୟ ଚାଲୁଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।
ବାଲିଅନ୍ତା ପରେ ବାଲିପାଟଣାରେ ବାଡେଇ ବାଡେଇ ମାରିଦେଲେ
ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା…

